xmas

ସ୍ୱାୟତ୍ତ ଶାସନ ପାଳନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ, ୨୪୦ ୟୁନିଟ ରକ୍ତ ସଂଗ୍ରହ।

ବାରିପଦା, ତା. ୦୧.୦୯.୨୦୨୨ ରିଖ ସ୍ଥାନୀୟ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ପାଳନ ଅବସରରେ ବାରିପଦା ପୌରପରିଷଦ ଆନୁକୂଲ୍ୟରେ ଏକ ସେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ହେମନ୍ତ ସିଂହ, ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଉଦ୍‌ଘାଟନ କରିଥିଲେ । ତାଙ୍କ ସହିତ ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଓ ପ୍ରାୟ ସମସ୍ତ କାଉନସିଲର ଉପସ୍ଥିତ ଥିଲେ । ଏହି ଶିବିରରେ ନଗରପାଳ ସପତ୍ନୀଙ୍କ ସହ ପ୍ରଥମେ ରକ୍ତଦାନ କରିବା ସହ ପ୍ରାୟ ସମସ୍ତ କାଉନସିଲର ମଧ୍ୟ ରକ୍ତଦାନ କରିଥିଲେ । ୩୨ ଜଣ ମହିଳାଙ୍କ ସହ ମୋଟ ୨୪୦ ଜଣ ସେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ପ୍ରକାଶ ଥାଉକି ୨୦୦୫-୦୬ ମସିହାରେ ତତ୍କାଳୀନ ନଗରପାଳ ଶ୍ରୀଯୁକ୍ତ ମହାନ୍ତିଙ୍କ ନେତୃତ୍ବରେ ୨୩୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ଏବଂ ରାଜ୍ୟ ସ୍ତରରେ ପୁରସ୍କୃତ ହୋଇଥିଲା । ଭବିଷ୍ୟତରେ ମଧ୍ୟ ଏହି ଧାରା ଜାରି ରହିବ ବୋଲି ନଗରପାଳ ପ୍ରକାଶ କରିଛନ୍ତି । ପୂର୍ବତନ ମନ୍ତ୍ରୀ ତଥା ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡି ଓ ପୂର୍ବତନ ସତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡାକ୍ତର ଦେବାଶିଷ ମାରାଣ୍ଡି, ମୟୂରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଏହି ଶିବିର ପରିଦର୍ଶନ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । କାଉନସିଲର ସୁକେସିନୀ ସେଠୀ, ଅନୁରାଧା ମହାନ୍ତି, ରାଜ ଗୁପ୍ତା, ପୂଜା ତରେଇ, ମହେଶ ଭଜଦେଓ, ରୀନା ଶର୍ମା, ଦୀପ୍ତିରାଣୀ ପଟ୍ଟନାୟକ, ପ୍ରଶାନ୍ତ ବେହେରା, ମୂର୍ଚ୍ଛନା ମହାନ୍ତି, ପ୍ରଭାତୀ ପୃଷ୍ଟି, ନିରୂପମା ମହାନ୍ତି, ବିବେକାନନ୍ଦ ନାଏକ, ଶ୍ରୀମାତ ମୁର୍ମୁ, ଦିଗବିଜୟ ହାଁସଦା, ସବିତା ପାଲ, ଭାଗ୍ୟଲକ୍ଷ୍ମୀ ନାୟକ, ଜଗବନ୍ଧୁ ମୁଖି, ତ୍ରୋଇଲୋକ ପଣ୍ଡା,ଗୀତାରାଣୀ ସିଂ, ଦେବାଶିଷ ପାତ୍ର, ଅନନ୍ତ କୁମାର ଦାସ, ସୁଧୀର ବାରିକ, ଲକ୍ଷ୍ମୀଧର ହାବଡା ଓ ଶିଖା ସାଇଁ ରକ୍ତଦାତାମାନଙ୍କୁ ଉତ୍ସାହିତ କରି ରକ୍ତଦାନ କରାଇଥିଲେ । ଏହି ଶିବିର ପରିଚାଳନାରେ ସମାଜସେବୀ ଅମର ସେଠୀ, ଶିକ୍ଷକ ସୋମନାଥ ସିଂହ, ପୂର୍ବତନ କାଉନସିଲର ସନ୍ତୋଷ ପଟ୍ଟନାୟକ, ଜନ ମହାନ୍ତି, ଦର୍ପନାରାୟଣ ପାଲ ତଥା ଲିଟନ ମହାପାତ୍ର, ଅରୁଣ ବରାଡ, ସୁନୀଲ କୁମାର ନାୟକ, ଅବଦୁଲ ହବିବ, ଶ୍ରବଣ କୁମାର ଗୋପ, ବିଶ୍ବରଂଜନ ଦାସ, ଶିବୁ ରଣା, ରବି ବେହେରା, ଜଗନ୍ନାଥ ମହାପାତ୍ର, ବଳିଆ ରଣା ଓ କାହ୍ନୁ ମହାନ୍ତି ପ୍ରମୁଖ ସହାୟତା କରିଥିଲେ । ଡିଭାଇନ ସ୍କୁଲ ଅଫ୍ ଇଂଜିନିୟରିଂର ନିର୍ଦ୍ଦେଶକ ବିପ୍ଳବ ବୁଗୁଡେଇଙ୍କ ନେତୃତ୍ବରେ ତାଙ୍କ ଅନୁଷ୍ଠାନରୁ ୩୫ ଜଣ ଛାତ୍ର ମଧ୍ୟ ରକ୍ତଦାନ କରିଥିଲେ । ବାରିପଦା ରକ୍ତ ଭଣ୍ଡାରର ଡାକ୍ତର ସୌମ୍ୟରଂଜନ ନାୟକଙ୍କ ନେତୃତ୍ବରେ ପାର୍ଥ ସାରଥି ମହାନ୍ତି, ପୁଣ୍ଡରିକାକ୍ଷ ଦାସ, ରୁଚିକା ଖୁରାନା, ବିନୋଦ କୁମାର ଘୋଷ, ସାହେବ ସୋରେନ, ସୁରେନ୍ଦ୍ର ମୁଖି, କରୁଣାକର ଜେନା, ଛବି ମହାନ୍ତି, ନିତିଶ ସାମଲ ଓ ମଙ୍ଗଲ ହାଁସଦା ସମେତ ମୋଟ ୨୩ ଜଣ କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ ।

Leave A Reply

Your email address will not be published.