ଶିକ୍ଷୟତ୍ରୀଙ୍କ ବାରିରେ ବ୍ରହ୍ମକମକ ଫୁଟିଲା

ଫୁଲବାଣୀ ୦୧/୦୯ ଫୁଲବାଣୀ ସହର ବାଳିକା ଉଚ୍ଚବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ଅନିତା ପଟନାୟକଙ୍କ ଘର ବଗିଚାରେ ଗୁରୁବାର ବ୍ରହ୍ମକମଲ ଫୁଲ ଫୁଟିଛି l ଆଜି ଗୁରୁବାର ଥିବାରୁ ଏହି ଦୁର୍ଲଭ ଫୁଲ ପ୍ରଥମ କରି ଦୁଇଟା ଫୁଟିଥିବାରୂ ପରିବାର ଲୋକେ ବେଶ ଖୁସି ବ୍ୟକ୍ତ କରିଥିଲେ l ଉକ୍ତ ଫୁଲକୁ ଦୀପ ଓ ଧୂପ, ଭୋଗ ସହ ମହା ପ୍ରଭୁ ଜଗନାଥ ଙ୍କୁସମର୍ପଣ କରି ଆଶିଷ ଲାଭ କରି ଥିଲେ l ସୂଚନା ଯୋଗ୍ୟ ଯେ, ବ୍ରହ୍ମକମଳ ଫୁଲ ଫୁଟିବା ଶୁଣି ସାହି ଲୋକ ସାଙ୍ଗସାଥି ଦେଖିବା ଲାଗି ଘରକୁ ଯାଇଥିଵା ସେ କହିଛନ୍ତି l ଗତଵର୍ଷ ଏହି ଗଛକୁ ଅନିତା ପଟନାୟକ ବ୍ରହ୍ମପୁରରୁ ଆଣି ଲଗାଇଥିଲେ l ସେହିପରି ଆଜି ସହରରେ ଅନେକ ଵ୍ୟକ୍ତିଙ୍କ ଘରେ ବ୍ରହ୍ମକମଲ ଫୁଲ ଫୁଟିବା ଫଳରେ ସମସ୍ତେ ଜଗନାଥଙ୍କୁ ସମର୍ପଣ କରିବା ପାଇଁ ଜଗନାଥ ମନ୍ଦିରକୁ ଯାଇଥିଲେ l ଵିଶେଷ କରି ଗୁରୁବାର ଏହି ଦୁର୍ଲଭ ଫୁଲ ଫୁଟିବା ଖୁସି ଓ ଆନନ୍ଦ ସହ ଶୁଭଫଳ ମିଳିବ ବୋଲି ଶିକ୍ଷୟତ୍ରୀ ପଟନାୟକ କହିଥିଲେ l ଫଳରେ ରାତିରେ ମନ୍ଦିରରେ ଫୁଲ ସମର୍ପଣ ସାଙ୍ଗକୁ ପୂଜାର୍ଚନା ପାଇଁ ପ୍ରବଳ ଭିଡ ମଧ୍ୟ ହୋଇଥିଲା l

Leave A Reply

Your email address will not be published.