ଚାଷୀଙ୍କୁ ନୂଆଖାଇ ଭେଟି; କାଳିଆ ଯୋଜନାରେ ଚାଷୀଙ୍କ ଖାତାକୁ ଗଲା ୨ ହାଜର ଟଙ୍କା

ଭୁବନେଶ୍ୱର: ପଶ୍ଚିମଓଡିଶାର ଗଣପର୍ବ ନୂଆଖାଇ ଅବସରରେ ଚାଷୀଙ୍କ ଖାତାକୁ ଯାଇଛି କାଳିଆ ଟଙ୍କା । କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ସମସ୍ତ ଯୋଗ୍ୟ ଚାଷୀଙ୍କୁ ମିଳିଛି ୨ହଜାର ଲେଖାଏଁ ଟଙ୍କା । କୃଷି ଭିତ୍ତିକ ଗଣପର୍ବ ନୂଆଖାଇରେ ଚାଷୀଙ୍କ ଖାତାକୁ ଟଙ୍କା ପଠାଇ ବଡ଼ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଫଳରେ ଉପକୃତ ହେବେ ୪୧ ଲକ୍ଷରୁ ଅଧିକ ଚାଷୀ । କାଳିଆ ଟଙ୍କା ବାବଦରେ ଚାଷୀଙ୍କୁ ଦିଆଯାଇଛି ମୋଟ ୮୬୯ କୋଟି ଟଙ୍କା ।ଏଥିରେ ନାମମାତ୍ର, କ୍ଷୁଦ୍ର ଓ ଭୂମିହୀନ ଚାଷୀ ମାନେ ଉପକୃତ ହେବେ ।

ପୂର୍ବରୁ ବର୍ଷକୁ ୨ ଥର ଅକ୍ଷୟ ତୃତୀୟା, ନୂଆଁଖାଇରେ କାଳିଆ ଟଙ୍କା ଦେବାକୁ ସରକାର ଘୋଷଣା କରିଥିଲେ । ଏଥିପାଇଁ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା ରଖାଯାଇଥିଲା । ପୂର୍ବରୁ ଦୁଇଟି କିସ୍ତିରେ ପାଞ୍ଚ ହଜାରେ ଲେଖାଏଁ ବର୍ଷକୁ ଦଶ ହଜାର ଟଙ୍କା ଦେଉଥିଲେ ସରକାର । ମାତ୍ର ଏବେ ସରକାର ସେହି ଅର୍ଥରାଶିକୁ କମାଇ ଦୁଇ ଦୁଇ ହଜାର, ବର୍ଷକୁ ଚାରି ହଜାର ଦେଉଛନ୍ତି ।

Leave A Reply

Your email address will not be published.