ପୂଜା ଭୋଗ ଖାଇ ଅସୁସ୍ଥ ହେଲେ ୧୨ ଛାତ୍ରୀ

ଖୁଣ୍ଟା – ଭୋଗ ଖାଇ ଛାତ୍ରୀ ହେଲେ ଅସୁସ୍ଥ । ଚିକିତ୍ସା କେନ୍ଦ୍ରରେ ହେଲେ ଭର୍ତ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଳକ ଅଧିନ ଧାନଘେରା ଗ୍ରାମରେ ଥିବା ଏକଲବ୍ୟ ଆଦର୍ଶ ବିଦ୍ୟାଳୟରେ । ସୂଚନା ଅନୁଯାୟୀ ବୁଧବାର ଉକ୍ତ ବିଦ୍ୟାଳୟରେ ଗଣେଷ ପୂଜା ପାଳନ ହୋଇଥିବା ବେଳେ ବିଦ୍ୟାଳୟ ପକ୍ଷରୁ ମଧ୍ୟାହ୍ନରେ ଛାତ୍ରଛାତ୍ରୀମାନେ ପୂଜା ଭୋଗ ଖାଇଥିଲେ । ଏବଂ ପୂଜା ଶେଷ ହେବା ପରେ ନାଚି ଥିଲେ । ତେବେ ଗୁରୁବାର ହଠାତ ୧୨ ଅନ୍ତେବାସିନୀଙ୍କ ଶରୀର ଅସୁସ୍ଥ ହେବା ସହିତ ମୁଣ୍ଡ ବୁଲାଇଥିଲା ଏବଂ ବାନ୍ତି ହୋଇଥିଲା । ଯାହାକୁ ନେଇ ହଷ୍ଟେଲର ୱାର୍ଡେନ ସଂପୃକ୍ତ ଛାତ୍ରୀଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନା ଭର୍ତ୍ତି କରାଇଥିବା ଜଣାଯାଇଛି ।

Leave A Reply

Your email address will not be published.