ସ୍ୱତନ୍ତ୍ର ସ୍ୱଛତା ପକ୍ଷ କାର୍ଯ୍ୟକ୍ରମ

ଚିତ୍ରକୋଣ୍ଡା: ୦୨/୦୯/୨୨:- କୁଡ଼ୁମୁଲୁଗୁମ୍ମା ନିକଟସ୍ଥ ନାକାମାମୁଡି ଗ୍ରାମ ପଞ୍ଚାୟତର ଘାଟି ଅଞ୍ଚଳ ବାୟାପଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ସ୍ୱତନ୍ତ୍ର ସ୍ୱଛତା ପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ସନ୍ତୋଷିନୀ ମୁଦୁଲି ପରିଚାଳନା କରିଥିଲା ବେଳେ ସିଆରସିସି କୃଷ୍ଣ ଚନ୍ଦ୍ର ବାଛାଡ଼ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ବିକ ସୂଚନା ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ କୁଡ଼ୁମୁଲୁଗୁମ୍ମା ବ୍ଲକ ସହକାରୀ ଶିକ୍ଷାଧିକାରୀ ତଥା ପ୍ରକଳ୍ପ ସଂଯୋଜକ ଅଞ୍ଜନ କୁମାର ଚୌଧୁରୀ ଉପସ୍ଥିତ ରହି ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ କୋଭିଡ ନିୟମ ମାନ ଯଥା- ନିୟମିତ ସାବୁନରେ ହାତ ଧୋଇବା, ସାମାଜିକ ଦୂରତା ବଜାୟ ରଖିବା,ମୁଁହରେ ମାସ୍କ ପିନ୍ଧିବା, ଖାଇବା ଥାଳିକୁ ଭଲ ଭାବରେ ସଫା କରିବା ସହ ବିଦ୍ୟାଳୟର ପରିବେଶ ଓ ଶୌଚାଳୟକୁ ସଫା ସୁତୁରା ରଖିବା ବିଷୟରେ ଅବଗତ କରାଇଥିଲେ । ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନଙ୍କ ସହଯୋଗରେ ବିଦ୍ୟାଳୟର ଚତୁପାଶ୍ୱ ସଫେଇ କରାଯାଇ ବିଭିନ୍ନ ସ୍ଥାନରେ ବ୍ଲେଚିଙ୍ଗ ପାଉଡର ବିନ୍ଧା ଯାଇଥିଲା । ପ୍ରକାଶ ଥାଉକି ଏହି ଭଳି ସ୍ୱଛତା ପକ୍ଷ ସବୁ ବିଦ୍ୟାଳୟରେ ଆସନ୍ତା ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ପାଳନ କରିବା ପାଇଁ ରାଜ୍ୟ ସରକାର ନିର୍ଦେଶନାମା ଜାରି କରିଛନ୍ତି । କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସମ ଚାଲାଣ ସମସ୍ତ ଅତିଥି, ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.