ଚିତ୍ରକୋଣ୍ଡାରେ ନୂଆ ଡାକଘର କାର୍ଯ୍ୟାଳୟ ଉଦଘାଟିତ

ଚିତ୍ରକୋଣ୍ଡା:-୦୨/୦୯/୨୨-ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୋଷ୍ଟ ଅଫିସ ଲାଇନରେ ଦୀର୍ଘ ଦିନ ହେଲା ଡାକ କାର୍ଯ୍ୟାଳୟ ଚାଲି ଆସୁଥିଲା ବିଭିର୍ଣ୍ଣ ସମସ୍ୟା ହେତୁ ଚିତ୍ରକୋଣ୍ଡା ମୁଖ୍ୟ ରାସ୍ତା ତହସିଲ ଛକ ମୁଖ୍ୟ ରାସ୍ତା ପାର୍ଶ୍ୱରେ ନୃତନ ଡାକ କାର୍ଯ୍ୟାଳୟ ଆଜି ଆନୁଷ୍ଠାନିକ ଭାବରେ ଉଦଘାଟନ କରାଯାଇଛି l ଉକ୍ତ ଉଦଘାଟନି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଭିଭକ୍ତ କୋରାପୁଟ ଡିଭିଜନ ଡାକଘରର ସୁପରିଟେଣ୍ଡେଣ୍ଡ ମନୋଜ ପ୍ରଗାଡ଼ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରା, ଚିତ୍ରକୋଣ୍ଡା ବିଡ଼ିଓ ରଘୁନାଥ ମୁଣ୍ଡାରୀ ଏବଂ ସ୍ଥାନୀୟ ଚିତ୍ରକୋଣ୍ଡାର ସମାଜସେବୀ ଦେବେନ୍ଦ୍ର ଦାସ ଏବଂ ଏମ. ଚିରଞ୍ଜିବି ନାୟକ ଏବଂ ମାଲକାନଗିରି ଜିଲ୍ଲା ଡାକ କାର୍ଯ୍ୟାଳୟ ଏବଂ ଚିତ୍ରକୋଣ୍ଡା ଡାକ କାର୍ଯ୍ୟାଳୟର କର୍ମଚାରୀ ମାନେ ଯୋଗ ଦେଇ ତାଙ୍କ ଉପସ୍ଥିତିରେ ନୃତନ ଡାକ ଘରକୁ ଆନୁଷ୍ଠାନିକ ଭାବରେ ଉଦଘାଟନ ସହ ଚାଲୁ କରାଯାଇଛି l ଚିତ୍ରକୋଣ୍ଡାର ମୁଖ୍ୟ ରାସ୍ତା ପାର୍ଶ୍ୱରେ ଡାକ ଘର ଚାଲୁ ହୋଇ ଥିବାରୁ ଲୋକେ ସୁବିଧା ହେବ ବୋଲି ଆଶା ପ୍ରକଟ କରିଛନ୍ତି l

Leave A Reply

Your email address will not be published.