ବାଘ ନଦୀରେ ପୋଲ ନାହିଁ; ଗର୍ଭବତୀ ହଣ୍ଡାରେ ନଦୀ ପାର ହେଲେ

ଫୁଲବାଣୀ: ଗ୍ରାମବାସୀଙ୍କ ବାରମ୍ବାର ଦାବି ସତ୍ୱେ ପୋଲ ଟିଏ ନିର୍ମାଣ ହୋଇପାରିଲାନାହିଁ l ଫଳରେ ଗର୍ଭବତୀଙ୍କୁ ପରିବାର ଲୋକେ ହଣ୍ଡାରେ ବସାଇ ନଦୀ ପାର କରି କଟ୍ରିଙ୍ଗିଆ ମା ଗୃହକୁ ଆଣିଲେ l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ସଲାଗୁଡ଼ା ପଂଚାୟତ ର ଡୁମୁରି ଗାତା ଗ୍ରାମରେ l ଗ୍ରାମର ବିଷ୍ଣୁ ମଲ୍ଲିକଙ୍କ ସ୍ତ୍ରୀ ଝୁନୁ ମଲିକ ଗର୍ଭ ଯନ୍ତ୍ରଣା ଭୋଗିବା ଫଳରେ ତାଙ୍କୁ ହଣ୍ଡା ସାହାଯ୍ୟରେ ନଦୀ ପାର କରୀ ପାଦା ପାଜୁ ଗ୍ରାମକୁ ଅଣା ଯାଇଥିଲା l ସେଠାରୁ କାଟ୍ରିଙ୍ଗିଆ ସ୍ଥିତ ମା ଗୃହକୁ ନିଆଯାଇଥିଲାl ସେଠାରେ ସ୍ୱାସ୍ଥ୍ୟ ପରିକ୍ଷା ପରେ ଝୁନୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲଥିବା ଜଣାପଡିଛି l

Leave A Reply

Your email address will not be published.