ନୂଆଁଖାଇ ଜୁହାର ଜଣାଇବା ସହ ଏକଜୁଟ୍‌ ହୋଇ ସମସ୍ତେ କୋଶଲ ସଂଗ୍ରାମରେ ସାମିଲ୍‌ ହେବାକୁ ଆହ୍ୱାନ ଦେଲେ କୋଶଲ ରାଜ୍ୟ ସମନ୍ୱୟ ସମିତିର ଅଧ୍ୟକ୍ଷ

ପଶ୍ଚିମ ଓଡ଼ିଶାର ମହାନ୍‌ ଗଣପର୍ବ ନୂଆଁଖାଇ ପାଳନ ହୋଇ ସାରିଥିବା ବେଳେ କୋଶଲ ରାଜ୍ୟ ସମନ୍ୱୟ ସମିତିର ଅଧ୍ୟକ୍ଷ ପ୍ରମୋଦ ମିଶ୍ର ସମସ୍ତଙ୍କୁ ନୂଆଁଖାଇ ଜୁହାର୍‌ ଜଣାଇବା ସହ ଏକଜୁଟ୍‌ ହୋଇ ସମସ୍ତେ କୋଶଲ ସଂଗ୍ରାମରେ ସାମିଲ୍‌ ହେବାକୁ ଆହ୍ୱାନ କରିଛନ୍ତି । ସେ କହିଛନ୍ତି ଯେ, ଆଜିର ଦିନରେ କୋଶଲ ସଂଗ୍ରାମରେ ଆମ ଅଞ୍ଚଳର ଯୁବଶକ୍ତି ବିଭିନ୍ନ ଅନୁଷ୍ଠାନ ମାଧ୍ୟମରେ କୋଶଲ ସଂଗ୍ରାମ ଜାରି ରଖିଛନ୍ତି । ଏହା ନିଶ୍ଚୟ ସ୍ୱାଗତଯୋଗ୍ୟ । ସ୍ୱତନ୍ତ୍ର ରାଜ୍ୟ ଗଠନ ପାଇଁ ଆମେ ସମସ୍ତେ ଏକଜୁଟ୍‌ ହୋଇ ଲଢେ଼ଇ କଲେ ସଫଳତା ନିଶ୍ଚୟ ମିଳିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.