xmas

କୋଟପାଡ଼ ପ୍ରିମିୟର୍ ଲିଗର ନିଲାମି ଅନୁଷ୍ଠିତ

କୋଟପାଡ: ଗତକାଲି କୋଟପାଡ ପ୍ରେମିୟର ଲିଗର ନିଲମି ଆଇପିଲ୍ ଭଳି ଅତି ସୁନ୍ଦର୍ ଢଙ୍ଗରେ ଅନୁଷ୍ଠିତ ହୋଇଥିଲା। ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା କେପିଲ୍ ଟୁର୍ନାମେଣ୍ଟ ନିମନ୍ତେ କୋଟପାଡ କ୍ରିକେଟ ସଂଘ ଦ୍ଵାରା ଏହି ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ଉକ୍ତ ପ୍ରତିଯୋଗିତା ନିମନ୍ତେ ୮ ଟି ଟିମ୍ ଭାଗ ନେଇଥିଲେ। ଏହି ନିଲାମ ରେ ପ୍ରାୟ ୨୦୦ ଖେଳାଳି ପଞ୍ଜୀକୃତ କରିଥିଲେ ଏବଂ ବିଭିନ୍ନ ଦଳ ଆଇପିଏଲ ଭଳି କିଣା ହୋଇଥିଲେ। ଏହି ଖେଳାଳି ଚୟନ କାର୍ଯ୍ୟକ୍ରମରେ ପୂର୍ବତନ ଖେଳାଳୀ ହେମନ୍ତ କୁମାର ଦଳେଇ, ଏମଡି ଆସିଫ, ବିଜୟ ତ୍ରିପାଠୀ, ମନୋଜ ପାତ୍ର, ରମାକାନ୍ତ ବିଶ୍ଵାଳ, ଶଙ୍କର ପଣ୍ଡା, ରଞ୍ଜୁ ପାତ୍ର, ଏମଡି ଖଳିଦ୍, ଏମଡି ଆରିଫ ଇତ୍ୟାଦି ଖେଳାଳିଙ୍କୁ ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ମଞ୍ଚାସିନ ଥିଲେ। ଏହି କାର୍ଯ୍ୟକ୍ରମକୁ ଏମଡି ସୋଏଲ୍, ବାବା, କାୟୁମ୍, ଦୁର୍ଗା, ସଞ୍ଜୟ, ପବିତ୍ର, ହୁସେନ ଓ ଅନ୍ୟ ଖେଳାଳିମାନେ ସହଯୋଗ କରିଥିଲେ ଏବଂ ଏମଡି ଆସୁ ଧାରା ବିବରଣୀ ପ୍ରଦାନ କରିଥିଲେ।

Leave A Reply

Your email address will not be published.