ଭୁଲ ତଥ୍ୟର ଫ୍ୟାକ୍ଟ୍ରି ଖୋଲିଛି ବିଜେପି, ଡାହା ମିଛ କହୁଛନ୍ତି ନେତା ।

ବିଜେପି ଯୁବ ମୋର୍ଚ୍ଚା ୨୨ ପ୍ରଶ୍ନ ମାଧ୍ୟମରେ ୨୨ ବର୍ଷର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ବିଜେପିର ଏଭଳି ଅଭିଯୋଗର ଜବାବ ରଖିଛି ବିଜେଡି । ଦଳର ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ବିଜେପିର ସାମ୍ବାଦିକ ସମ୍ମିଳନୀ ସମ୍ପୂର୍ଣ ଭିତ୍ତିହୀନ ଓ ଅନ୍ତଃସାରଶୂନ୍ୟ । ୨୦୧୪ରେ ସବକା ସାଥ, ସବକା ବିକାଶର ନାରା ଦିଆଯାଇଥିଲା । ୨୦୧୮ରେ ଏହାକୁ ପୂରା କରାଯିବ ବୋଲି ବିଜେପି ପକ୍ଷରୁ କୁହାଯାଇଥିଲା । କିନ୍ତୁ ଏବେ ଏହା ୨୦୪୫ ଯାଏଁ ଗଲାଣି । ଯେଉଁ ଦଳ ନିଜର ହିସାବ ଦେଇପାରୁନି ସେ କଣ ଅନ୍ୟକୁ ପ୍ରଶ୍ନ କରିବ । ପ୍ରେସମିଟକୁ ଯଦି ଆସୁଛନ୍ତି ତେବେ ତଥ୍ୟ ସହ ଆସନ୍ତୁ । ଧାନ କ୍ରୟ ଅବଧି ବୃଦ୍ଧି ନେଇ ବିଜେପି ପ୍ରଶ୍ନ କରୁଛନ୍ତି କିନ୍ତୁ ପ୍ରତିଥର ଧାନ କ୍ରୟ ପାଇଁ ଅବଧି ବଢିଛି। ନାବାଳିକା ଦୁଷ୍କର୍ମରେ ଏନସିଆରବିରେ ତଥ୍ୟ ଶୂନ ରହିଛି । କିନ୍ତୁ ବିଜେପି ଯେଉଁ ତଥ୍ୟ ରଖିଛି ତାହା ସମ୍ପୂର୍ଣ ଭୁଲ।

୨୦୧୭,୨୦୧୮ ଓ ୨୦୧୯ ରେ କାହିଁକି ଏନସିଆରବି ତଥ୍ୟ ଆସୁନଥିଲା ବୋଲି ପ୍ରଶ୍ନ କରିଛି ବିଜେଡି। ହୁଏତ ବିଜେପି ଶାସିତ ରାଜ୍ୟରେ ଅପରାଧ ଅଧିକ ଥିଲା ବୋଲି ଆସୁନଥିଲା। ଓଡ଼ିଶାର ସ୍ଥିତି ଭଲ ଅଛି। ସେମାନେ ଆଗ ତାଙ୍କ ଘର ସମ୍ଭଳନ୍ତୁ। ବିଜେପି ହତୋତ୍ସାହିତ ହୋଇ ଏପରି ବୟାନ ଦେଉଛନ୍ତି । ଏଭଳି ବୟାନ ଦେଲେ ସ୍ଥିତି ବଦଳିବନି।

୨୨ ବର୍ଷରେ ୨୨ ମିଛ କହିଥିବାରୁ ଲୋକେ ପ୍ରତ୍ୟାଖାନ କରୁଛନ୍ତି। ବର୍ତ୍ତମାନ କଂଗ୍ରେସ ଓ ବିଜେପି ସ୍ଥିତି ସମାନ। ଭୁଲ ତଥ୍ୟର ଫ୍ୟାକ୍ଟ୍ରି ବିଜେପି ପାଖରେ ଅଛି । ସେହି ତଥ୍ୟକୁ ବିଜେପି ଦେଉଛି । ଭଲ ଜିନିଷକୁ ପାଣିଚିଆ କରିବାକୁ ଚାହୁଁଛନ୍ତି। ଯେତେ କଲେ ବି ସ୍ଥିତି ବଦଳିବ ନାହିଁ। ମହିଳାଙ୍କ ଉପରେ ଅପରାଧ ଗ୍ରହଣୀୟ ନୁହେଁ। କିନ୍ତୁ ଓଡ଼ିଶା ଭଲ ସ୍ଥିତିରେ ଅଛି ବୋଲି କହିଛନ୍ତି ଲେନିନ ।

Leave A Reply

Your email address will not be published.