କାଲିମେଳା ବ୍ଲକ ଅଧ୍ୟକ୍ଷାଙ୍କୁ ବିରୋଧ; ବିଡିଓଙ୍କୁ ଜନପ୍ରତିନିଧିଙ୍କ ଦାବି ପତ୍ର

କାଲିମେଳା ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅଧ୍ୟକ୍ଷା ସୁବାସିନୀ ସୋଡ଼ିଙ୍କୁ ବିରୋଧ କରି ବ୍ଲକର ଅନେକ ଜନପ୍ରତିନିଧି ବିଡିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେମାନେ ଏକ ଲିଖ୍ ଦାବିପତ୍ର ବିଡିଓଙ୍କୁ ପ୍ରଦାନ କରିବା ସହ ଆଗାମୀ ଦିନରେ ବ୍ଲକ ଅଧ୍ୟକ୍ଷାଙ୍କ ନେତୃତ୍ବରେ ହେବାକୁ ଥିବା ସମସ୍ତ ବୈଠକରେ କେହି ସହଯୋଗ କରିବେ ନାହିଁ ବୋଲି ଜଣାଇଛନ୍ତି । ଏନେଇ ଆଜି ଅନେକ ଜନପ୍ରତିନିଧ୍ ଏନେଇ ଏକ ବୈଠକ କରିଥିବା ବେଳେ ସମିତି ସଭ୍ୟ ସଙ୍ଘର ସଭାପତି ଶ୍ୟାମପଦ ବିଶ୍ଵାସ ଏଥିରେ ଅଧ୍ୟକ୍ଷତା କରିଥିଲେ । ଏଥିରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୋଡ଼ିଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରିବା ସହ ସେ ସଦାବେଳେ ଅନ୍ୟ ଜନପ୍ରତିନିଧିଙ୍କୁ ଅସହଯୋଗ କରୁଥିବାରୁ ଆଗାମୀ ଦିନରେ ଅନ୍ୟ ଜନପ୍ରତିନିଧୂମାନେ ମଧ୍ୟ ବ୍ଲକର ବିଭିନ୍ନ ବୈଠକକୁ ବିରୋଧ କରି ଯୋଗ ଦେବେନାହିଁ ବୋଲି ନିଷ୍ପତ୍ତି ନେଇ ବିଡିଓ ଉମାଶଙ୍କର ଦଳେଇଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.