ଗରଗାଲି ବାସିଲ ୟୁଥ କ୍ଲବରେ ଗଣେଶ ପୂଜା ପାଳିତ

ବଡ଼ଚଣା: ବର୍ଷ ଆରମ୍ଭରୁ ପ୍ରଭୁ ଗଜାନନଙ୍କ ପୂଜା ଆରମ୍ଭ ହୋଇଥାଏ l ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଗଣେଶଙ୍କ ପୂଜା ପଡିଥାଏ l ପୂଜା ଋତୁ ଆସିଲେ ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠି ଗହଳି ଲାଗିପଡେ l ଏହାରି ଭିତରେ ଗଣେଶ ପୂଜାଟି ଅନ୍ୟତମ l କାହିଁକିନା ପ୍ରଭୁ ଗଣେଶ ସବୁ ଜାଗାରେ ସବୁଠି ପୂଜା କରାଯାଏ l ସ୍କୁଲ, କଲେଜ, କ୍ଲବ, ଅଫିସ, ଦୋକାନ ଏମିତିକି ନିଜ ନିଜ ଘର ମାନଙ୍କରେ ପୂଜା କରାଯାଇଥାଏ l ପ୍ରଭୁ ଗଣେଶଙ୍କୁ ଆଗେ ଆବାହନ କରାଯାଏ ତାପରେ ଯେକୌଣସି ପୂଜା ଆରମ୍ଭ ହୋଇଥାଏ l ସେହିପରି ବଡ଼ଚଣା ବ୍ଲକ କୁନ୍ଦଳ ପଞ୍ଚାୟତ ଗରଗାଲି ଗ୍ରାମ ବାସିଲ ୟୁଥ କ୍ଲବ ପକ୍ଷରୁ ଗଣେଶ ପୂଜା ଖୁବ ଆଡମ୍ବର ସହକାରେ ପାଳନ କରାଯାଇଛି l ଗତ ଦୁଇବର୍ଷ ଧରି କରୋନା ମହାମାରୀ ଲାଗି ପୂଜା ବନ୍ଦ ଥିବାରୁ ଚଳିତ ବର୍ଷ ପୂଜାକୁ ସୁନ୍ଦର ଭାବରେ କ୍ଲବର ପିଲାମାନେ ଖୁବ ଆନନ୍ଦ ସହକାରେ ପାଳନ କରିଛନ୍ତି l ଏହି ପୂଜା ପାଞ୍ଚଦିନ ବ୍ୟାପି ଚାଲିଥାଏ l କ୍ଲବର ମେମ୍ବର ସାରଦା ପ୍ରସାଦ ସାମଲ ଏହି ପୂଜାରେ କର୍ତ୍ତା ଭାବେ ନିଜର ଦାଇତ୍ୱ ବହନ କରିଥାନ୍ତି l ପାଞ୍ଚଦିନ ଧରି ପୂଜା ଚାଲିଥିବା ବେଳେ ପ୍ରତ୍ୟେକ ଦିନ ସନ୍ଧ୍ୟା ବେଳେ ଭଜନ କୀର୍ତ୍ତନ କାର୍ଯ୍ୟକ୍ରମ ହେବା ସଙ୍ଗେ ପ୍ରସାଦ ସେବନର ବ୍ୟବସ୍ତା କରାଯାଇଥାଏ l ଚଳିତ ବର୍ଷକୁ ନେଇ ୨୪ବର୍ଷରେ ଏହି କ୍ଲବରେ ଗଣେଶ ପୂଜା ପାଳିତ ହେଇଆସୁଛି l ଚଳିତ ବର୍ଷ ମହାମାରୀ ଦୁରେଇ ଯିବା ଫଳରେ ପୂଜାକୁ ଧୂମଧାମରେ ପାଳନ କରାଯାଇଥିବାରୁ ପିଲାମାନଙ୍କ ମଧ୍ୟରେ ଏକ ଉତ୍ସାହ ଉଦିପନା ଦେଖିବାକୁ ମିଳିଛି l ଏହି ପୂଜା କିପରି ସୁରୁଖୁରୁରେ ଓ ଶାନ୍ତି ସହକାରେ ସରିବ ସେଥିପ୍ରତି କ୍ଲବର ମେମ୍ବର ମାନେ ସହଯୋଗର ହାତ ବଢ଼ାଇଛନ୍ତି l ଶେଷରେ କ୍ଲବର ମେମ୍ବର ରାକେଶ, ସନ୍ତୋଷ, ସୁନୀଲ, ବାଟୁଦତ୍ତ, ନିକୁଞ୍ଜ, ସରୋଜ, ପ୍ରସନ୍ନ, ପ୍ରତାପ, ଶ୍ରୀକାନ୍ତ, ମନୋରଞ୍ଜନ, ବାବି, ବିଭୁପ୍ରସନ୍ନଙ୍କ ସହିତ ଅନ୍ୟାନ୍ୟ ମେମ୍ବର ମାନେ ପ୍ରଭୁ ଗଣେଶଙ୍କ ନିକଟରେ ଏ ବିଶ୍ଵରୁ କରୋନା ମହାମାରୀ ଲୋପ ପାଇଯାଉ ଏବଂ ସମେସ୍ତେ ଭଲରେ ଆଉ ସୁସ୍ଥରେ ରହିବା ସଙ୍ଗେ ସମସ୍ତଙ୍କ ଦୀର୍ଘାୟୁ କାମନା କରି ପ୍ରାର୍ଥନା କରିଥିଲେ l

Leave A Reply

Your email address will not be published.