xmas

ନୂତନ ଜଙ୍ଗଲ ସୃଷ୍ଟି ପାଇଁ ଫୁଲବାଣୀ ବନ ବିଭାଗ ଡିଭିଜନ ପକ୍ଷରୁ ବ୍ୟାପକ ବୃକ୍ଷରୋପଣ

ଫୁଲବାଣୀ-୦୩/୦୯ ପ୍ରତିବର୍ଷ ସଚେତନତା ଅଭାବରୁ କିମ୍ବା ବନ କର୍ମଚାରୀଙ୍କ ଅବହେଳା ହେଉ ନିଆଁ ଲାଗି ମୂଲ୍ୟବାନ ଜଙ୍ଗଲ ସବୁ ନଷ୍ଟ ହେବା ସହ ଜୀବ ଯନ୍ତୁ ମାନେ ମଧ୍ୟ ଅସୁରକ୍ଷିତ ହୋଇପଡୁଛନ୍ତି। ଆଉ ଜଙ୍ଗଲରେ ଥିବା ମୂଲ୍ୟବାନ ଗଛସବୁ ନଷ୍ଟ ହୋଇଥାଏ। ସେହିପରି ମୂଲ୍ୟବାନ ଜଙ୍ଗଲ ଯେପରି ସୁରକ୍ଷା ହେବା ସହ ଜଙ୍ଗଲ ଯେପରି ବୃଦ୍ଧି ପାଇବ ସେଦିଗରେ ବ୍ୟାପକ ଉଦ୍ୟମ କରୁଛନ୍ତି ଦାଇତ୍ୱରେ ଥିବା ଡିଏଫ୍ ଓ ବିଶ୍ୱରାଜ ପଣ୍ଡା l ଚଳିତ ୨୦୨୨/୨୩ ଆର୍ଥିକ ବର୍ଷରେ ଫୁଲବାଣୀ ବନଖଣ୍ଡ ଅଧୀନ ଫୁଲବାଣୀ, ଫିରିଙ୍ଗିଆ, ଟିକାବାଲି, ସୁଦୃକୁମ୍ପା, କରଡ଼ା, ଜି. ଉଦୟଗିରି ଓ ରାଇକିଆ ଆଦି ସାତଟି ରେଞ୍ଜରେ ମନରେଗା ଯୋଜନାରେ ୧୩ ଶହ ହେକ୍ଟର ଅଂଚଳରେ ୨ ଲକ୍ଷ ୬0 ହଜାର ବିଭିନ୍ନ ବୃକ୍ଷଚାରା ରୋପଣ କରାଯାଇଛି l ସେହିପରି ମନରେଗା ଯୋଜନାରେ ଆଭିନ୍ୟୁ ପ୍ଲାଣ୍ଟସେନରେ ୧୫0 ହେକ୍ଟର ଅଂଚଳରେ ୩୭ ହଜାର ୫00 ବୃକ୍ଷଚାରା ରୋପଣ କରାଯାଇଥିବା କୁହାଯାଇଛି l କାମ୍ପା ଯୋଜନାରେ ୨୦୨୨/୨୩ରେ ଫିରିଙ୍ଗିଆ, ଜି, ଉଦୟଗିରି ଓ ରାଇକିଆ ରେଞ୍ଜରେ ପ୍ରତେକ ଦଶ ହେକ୍ଟର ଲେଖାଏଁ ଏ ଆର ପ୍ଲାଣ୍ଟସନମୋଟ ତିରିଶ ହେକ୍ଟର ଅଞ୍ଚଳରେ କରାଯାଇ ଅଠଚାଳିଶ ହଜାର ବୃକ୍ଷଚାରା ରୋପଣ କରାଯାଇଛି l ସେହିପରି କାମ୍ପା ଯୋଜନାରେ ଜି. ଉଦୟଗିରି ରେଞ୍ଜରେ ପାଞ୍ଚ ହେକ୍ଟର ଫଡ଼ର ପ୍ଲାଣ୍ଟସନ ଯୋଜନାରେ ୮ ହଜାର ଗଛ ଲଗାଯାଇଛି l ଫିରିଙ୍ଗିଆ ରେଞ୍ଜରେ ଦଶ ହେକ୍ଟର ଲଣ୍ଡା ପାହାଡ଼ରେ ପ୍ଲାଣ୍ଟସନ କରାଯାଇ ୧୬ ହଜାର ବୃକ୍ଷରୋପଣ କରାଯାଇଛି l କାମ୍ପା ଯୋଜନାରେ ୧୫ ଶହ ହେକ୍ଟର ଏ ଏନ ଆର ଗେପ ପ୍ଲାଣ୍ଟସନ ଯୋଜନାରେ ୩ ଲକ୍ଷ ଗଛ ପୁନଃ ରୋପଣ କରାଯାଇଛି l ଆଇ ଜି ସି ପ୍ଲାଣ୍ଟସନ ଷ୍ଟେଟ ପ୍ଲାନରେ ଫିରିଙ୍ଗିଆ ଓ ଜି. ଉଦୟଗିରି ରେଞ୍ଜରେ ୩0 ହେକ୍ଟର ପ୍ଲାଣ୍ଟସନ କରାଯାଇ ଅଠଚାଳିଶ ହଜାର ଗଛ ଲଗାଯାଇଛି l ଏହି ଯୋଜନାରେ ଫୁଲବାଣୀ ଓ ଟିକାବାଲି ରେଞ୍ଜରେ ତିରିଶ ହେକ୍ଟର ଲଣ୍ଡା ପାହାଡ଼ରେ ପ୍ଲାଣ୍ଟସନ କରାଯାଇ ଅଠଚାଳିଶ ହଜାର ଗଛ ଲଗାଯାଇଛି l ଏ ଏନ ଆର ଗ୍ୟାପ ପ୍ଲାଣ୍ଟସନ ଫୁଲବାଣୀ, ଫିରିଙ୍ଗିଆ, ଜି. ଉଦୟଗିରି ଓ କରଡ଼ା ଆଦି ଚାରୋଟି ରେଞ୍ଜରେ ଦୁଇଶହ ହେକ୍ଟର କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି l ସେହିପରି ଆଇ ଜି ସି ଷ୍ଟେଟ ପ୍ଲାନରେ ଅର୍ବlନ ଟ୍ରୀ ପ୍ଲାଣ୍ଟସନ ଯୋଜନାରେ ଫୁଲବାଣୀ ଓ ଜି. ଉଦୟଗିରି ସହରରେ କୋଡିଏ ହଜାର ବିଭିନ କିସମ ବୃକ୍ଷରୋପଣ କରାଯାଇଛି l କେବଳ ସେତିକ ନୁହେଁ ଜାତୀୟ ବାମ୍ବୋ ମିଶନରେ ଫିରିଙ୍ଗିଆ ରେଞ୍ଜ ଅନ୍ତର୍ଗତ କେଲପଡା ପଞ୍ଚାୟତ ଟି ବେରି କୁଟୀରେ ଦଶ ହେକ୍ଟର ଅଞ୍ଚଳରେ ଚାରି ହଜାର ବାଉଁଶ ଚାରା ରୋପଣ କରାଯାଇଛିl ଫଳରେ ସମ୍ପୃକ୍ତ ଅଞ୍ଚଳର ଲୋକମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ଘଟିବ ବୋଲି ଡିଏଫ ଓ ବିଶ୍ୱରାଜ ପଣ୍ଡା ସୂଚନା ଦେଇଛନ୍ତି l ତେବେ ବିଭାଗରେ କାର୍ଯ୍ୟରତ ବନରଖି ଠାରୁ ଆରମ୍ଭ କରି ରେଞ୍ଜର ଓ ସମସ୍ତ କର୍ମଚାରୀ ନିଜ ଦାଇତ୍ୱକୁ ନିଷ୍ଠା ଓ ଆନ୍ତରିକତାର ସହ ପାଳନ କଲେ ଜଙ୍ଗଲ ସୁରକ୍ଷା ହୋଇପାରିବା ସହ ବନ୍ୟପ୍ରାଣୀ ସୁରକ୍ଷିତ ରହିପାରିବେ ବୋଲି ଡି ଏଫ ଓ ପଣ୍ଡା ଆହୁରି କହିଛନ୍ତି l ଡି ଏଫ ଓ ବିଶ୍ୱରାଜ ପଣ୍ଡାଙ୍କ ନିଷ୍ଠା, ଆନ୍ତରିକତା ଓ ଉନ୍ନତ ଜ୍ଞାନ କୌଶଳ ଫଳରେ ଫୁଲବାଣୀ ବନଖଣ୍ଡ ଅଞ୍ଚଳରେ ଚୋରା କାଠ ମାଫିଆ ମାନେ ସାବାଡ଼ ହେବା ସହ ଜଙ୍ଗଲ ସୁରକ୍ଷା ସମ୍ଭବ ହୋଇଛି l ସେହିପରି ବନ ସଂରକ୍ଷଣ କମିଟିମାନ ଗଠନ କରି ଲୋକଙ୍କୁ ଜଙ୍ଗଲ ସୁରକ୍ଷା କରିବା, ବୃକ୍ଷ ରୋପଣ, ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷାକରିବା . ବନ୍ୟଜନ୍ତୁ ସୁରକ୍ଷା କରିବା ସଂପର୍କରେ ଜନସଚେତନ କରିବା ପାଇଁ ଏହି ଡିଭିଜନରେ ବିଭିନ୍ନ ଅଞ୍ଚଳରେ ଥିବା ଫରେଷ୍ଟସେକସେନ ଓ ଫରେଷ୍ଟ ବିଟ ହାଉସ ଗୁଡିକରେ ୨୪ ଘଣ୍ଟା କର୍ମଚାରୀମାନେ ଡ୍ୟୁଟିରେ ରହି କାର୍ଯ୍ୟ କରିଥାନ୍ତି l ତେବେ ସେ ଯାହା ହେଉନା କାହିଁ କି ବିଭାଗୀୟ ଡିଏଫଓ ଶ୍ରୀ ପଣ୍ଡାଙ୍କ ନୂତନ ଓ ଅଭିନବ ଚିନ୍ତାଧାରା ଜଙ୍ଗଲ ସୁରକ୍ଷା ଓ ବୃଦ୍ଧି କରିବାରେ ସମର୍ଥ ହୋଇପାରିଛି। ଯାହାକି ଜିଲ୍ଲାର ବୁଦ୍ଧିଜିବୀ ଓ ପରିବେଶବିତମାନେ ଉଚ୍ଚ ପ୍ରସଂଶା ମଧ୍ୟକରିଛନ୍ତି। ଆଗାମୀ ଦିନରେ ଜଙ୍ଗଲରେ ଯେପରି ନିଆଁ ନ ଲାଗିବ ଓ ସୁରକ୍ଷା ହୋଇପାରିବ ସେଥିପ୍ରତି ଦୃଷ୍ଟି ଦିଆଯାଉଥିବା ବିଭାଗୀୟ ଡି ଏଫ ଓ ପଣ୍ଡା କହିଛନ୍ତି ।

Leave A Reply

Your email address will not be published.