ସାଂସଦ ପ୍ରତିନିଧି, ଅଫିସର ଓ ସାମ୍ବାଦିକଙ୍କୁ ମାଓବାଦୀଙ୍କ ଚେତାବନୀ !

ଫୁଲବାଣୀ ୦୩/୦୯ ପୁଣି କନ୍ଧମାଳରେ ଲାଗିଲା ମାଓବାଦୀଙ୍କ ହାତ ଲେଖା ପୋଷ୍ଟର l କୋଟଗଡ ଥାନା ଅନ୍ତର୍ଗତ ଜାମଝୋର ଛକରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରତିନିଧି ମନୋଜ ସାବତ, ପୂର୍ବତନ ବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମୁ ଓ଼ ବ୍ଲକ କ୍ୟାସିଅର ଛବି ବାବୁଙ୍କ ନାମରେ କୁଆଡେ ଲାଗିଛି ପୋଷ୍ଟର l ବିଭିନ୍ନ ଦୁର୍ନୀତିରେ ଛନ୍ଦିହୋଇ ସରକାରୀ ଅର୍ଥ ହରି ଲୁଟ ଏବଂ ରାଜସ୍ବ ବିଭାଗକୁ ହାତକରି ଜଙ୍ଗଲ ଜମି ନିଜ ଅକ୍ତିଆରକୁ ନେବା ଭଳି ସଙ୍ଗୀନ ଅଭିଯୋଗ ସ୍ୱତ୍ତେ ଭିଜିଲାନ୍ସ ବିଭାଗ ଧରୁନଥିବାରୁ ମାଓବାଦୀ ସଂଗଠନ ବିରୋଧ କରୁଛି ବୋଲି ପୋଷ୍ଟରେ ଲେଖାଯାଇଛି l ଜ଼ିଲ୍ଲାରେ କିଛି ସାମ୍ବାଦିକ ଶାସକ ଦଳ ଓ଼ ପ୍ରଶାସନର ଗୋଲାମଗିରି କରି ଦୁର୍ନୀତିକୁ ଘଣ୍ଟ ଘୋଡାଉଛନ୍ତି ଆମେ ତାହାର ଖୁଲାସା କରିବୁ l ଭିଜିଲାନ୍ସ ବିଭାଗ ନ ଧରିଲେ ଆମେ ବସନ୍ତ ଭାଟଙ୍କ ପରି ହତ୍ୟା କରିବୁ ବୋଲି ପୋଷ୍ଟରେ ଉଲ୍ଲେଖ ରହିଛି l ସି ପି ଆଇ ମାଓବାଦୀ ଡିଭିଜନ ବାଘୁନା କମିଟି ଏହି ପୋଷ୍ଟର ଲଗାଇଥିବା ନେଇ ପୋଷ୍ଟରରେ ଲେଖାଯାଇଛି l ପୋଷ୍ଟର ପରେ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି l ତେବେ ଏହି ପୋଷ୍ଟର ମାଓବାଦୀ ଲଗାଇଛନ୍ତି ନା ଆଉ କେହି ଦୁର୍ବୁତ୍ତ ମାଓବାଦୀ ନାଁରେ ପୋଷ୍ଟର ଲଗାଇ ଭୟ ସୃଷ୍ଟି କରିବାକୁ ଚେଷ୍ଟା କରୁଛି ତାହା ତଦନ୍ତ କଲେ ଜଣାପଡିବ l

Leave A Reply

Your email address will not be published.