ଅବହେଳିତ ଗନ୍ଧମାର୍ଦନ ପର୍ବତମାଳା

ବରଗଡ଼ — ପୁରାଣ ବର୍ଣ୍ଣିତ ଗନ୍ଧମାର୍ଦନ ପର୍ବତମାଳାର ବହୁ କିର୍ତରାଜି, ଐତିହ୍ୟ, ଇତିହାସ ନଷ୍ଟ ହେବାକୁ ବସିଛି ହେଲେ ସରକାର ଏଥିପ୍ରତି ଗୁରୁତ୍ୱ ଦେଉନଥିବା ବେଳେ କେବଳ ନାମକୁ ମାତ୍ର ପର୍ଯ୍ୟଟନର ବିକାଶ କରୁଛନ୍ତି ବୋଲି ସ୍ଥାନୀୟ ଅଞ୍ଚଳର ଜନ ଅସନ୍ତୋଷ ବଢିବାରେ ଲାଗିଛି । ପୁରାଣ ବର୍ଣ୍ଣିତ ଗନ୍ଧମାର୍ଦନ ପର୍ବତମାଳା ସହ ରାମାୟଣ, ମହାଭାରତର କିମ୍ବଦନ୍ତୀ ହିସାବରେ ବହୁ ପଥର ମୁର୍ତ୍ତି ଗୁଡିକ ଉଭୟ ହରିଶଙ୍କର ଓ ନୃସିଂହନାଥ ପୀଠରେ ରହିଛି ହେଲେ ତାର ଉପଯୁକ୍ତ ରକ୍ଷଣାବେକ୍ଷଣ କରାନଗଲେ ଆସନ୍ତା କିଛି ବର୍ଷ ଭିତରେ ଏହି କିମ୍ବଦନ୍ତୀ ଗୁଡିକ ନଷ୍ଟ ହେବାର ଆଶଙ୍କା ସୃଷ୍ଟି ସୋଇଛି। ସେହିପରି ପାଟଣା ଓ ବୁଢ଼ାସମ୍ବର ଗଡ଼ଜାତ ପ୍ରାୟ ୫୧ ମହାରାଜା, ରାଜା ,ଜମିଦାରଙ୍କ ଇତିହାସ ଏହି ଗନ୍ଧମାର୍ଦନ ପର୍ବତମାଳାରେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ରହିଛି। ସେହିପରି ଶହଶହ ଗୁମ୍ଫା, ୩୨ ଝରଣା, ଜଳପ୍ରପାତ ରହିଥିବା ବେଳେ ଲୋକେ ସଂସ୍କୃତି ପରମ୍ପରା ଓ ବହୁ କିର୍ତରାଜି ଭରପୁର ରହିଛି ହେଲେ ଏଥିପ୍ରତି ସରକାର ଗୁରୁତ୍ୱ ଦେଉ ନାହାନ୍ତି। କେବଳ ପର୍ଯ୍ୟଟନ ନାମରେ ଏହି ଗନ୍ଧମାର୍ଦନ ପର୍ବତମାଳା ହରିଶଙ୍କର ଓ ନୃସିଂହନାଥ ପୀଠରେ ପର୍ଯ୍ୟଟନ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଏହି ପର୍ବତମାଳା ରେ ଥିବା କିମ୍ବଦନ୍ତୀ, ଐତିହ୍ୟ, ପରମ୍ପରା ଓ ଇତିହାସକୁ ଗୁରୁତ୍ୱ ସହ ରକ୍ଷଣାବେକ୍ଷଣ କରୁନଥିବା ଅଭିଯୋଗ ହେଉଛି। ସେହିପରି ଓଡ଼ିଶାର ଦେଓମାଳି ପର୍ବତମାଳାର ବିକାଶ କରାଯାଇଥିବା ଓ ସେଠାକୁ ପର୍ଯ୍ୟଟକଙ୍କ ବୁଲି ଦେଖିବା ଭଲି ବହୁ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଥିବା ବେଳେ ଗନ୍ଧମାର୍ଦନ ପର୍ବତମାଳା ଦେଓମାଳି ପର୍ବତ ସହ ଉଚ୍ଚ ତାଳେ ପ୍ରାୟ ସମାନତା ରହିଛି ହେଲେ ଗନ୍ଧମାର୍ଦନ ପର୍ବତମାଳାର ବିକାଶ କିମ୍ବା ଏହି ପର୍ବତମାଳା ଉପରକୁ ପର୍ଯ୍ୟଟକ ବୁଲି ଯିବା ପାଇଁ ଆଜି ପର୍ଯ୍ୟନ୍ତ କୈାଣସି ବିକଳ୍ପ ସୁବିଧା ସୁଯୋଗ କରାଯାଇ ପାରିବ ନାହିଁ । ଏହି ପର୍ବତ ଉପରେ ବଡ଼ ବଡ଼ ଜଳପ୍ରପାତ ସାଙ୍ଗକୁ ଗୁମ୍ଫା ଭରପୁର ରହିଛି ପର୍ଯ୍ୟଟକଙ୍କ ପାଇଁ ଗମନାଗମନ ସୁବିଧା ସୁଯୋଗ କରାଗଲେ ଓଡ଼ିଶାରେ ବହୁ ରାଜ୍ୟ ତଥା ରାଜ୍ୟ ସମେତ ବିଦେଶୀ ପର୍ଯ୍ୟଟକଙ୍କ ଭ୍ରମଣ ହୋଇପାରିବ ହେଲେ ଏଥିପ୍ରତି ସରକାର ସଚେତନ ହୋଇ ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଜନସାଧାରଣଙ୍କ ଅସନ୍ତୋଷ ରହିଛି । କେବଳ ଦୁଇ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ଓ ନୃସିଂହନାଥର ବିକାଶ ସାଙ୍ଗକୁ ଗନ୍ଧମାର୍ଦନ ପର୍ବତମାଳା ସମସ୍ତ କ୍ଷେତ୍ର ପ୍ରତି ଗୁରୁତ୍ବ ଦେବା ସହ ବିକାଶ କରାଗଲେ ସ୍ଥାନୀୟ ଅଞ୍ଚଳର ଲକ୍ଷ୍ୟ ଲକ୍ଷ୍ୟ ଲୋକଙ୍କ ଆର୍ଥିକ ଉନ୍ନତି ମଧ୍ୟ ହୋଇପାରିବ । ସ୍ଥାନୀୟ ଅଞ୍ଚଳର ବହୁ ଗବେଷକ, ଐତିହାସିକ ଗନ୍ଧମାର୍ଦନ ପର୍ବତମାଳା ପ୍ରତି ଗୁରୁତ୍ବ ଦେବାକୁ ସରକାରଙ୍କ ଠାରେ ପୂର୍ବ ରୁ ବହୁବାର ଦାବି କରିଥିଲେ ମଧ୍ୟ ଗୁରୁତ୍ବ ଦିଆଯାଉନଥିବାରୁ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ଦାନା ବାନ୍ଧୁଛି।

Leave A Reply

Your email address will not be published.