ଫୁଲବାଣୀରେ ଶାନ୍ତି ଶୃଙ୍ଖଳାର ସହ ଗଣେଶ ମେଢ଼ ବିସର୍ଜନ

ଫୁଲବାଣୀ ୦୪/୦୯ ରବିବାର ଫୁଲବାଣୀ ସହରର ବିଭିନ୍ନ ସାହି ଓ କ୍ଲବ ପକ୍ଷରୁ ଅନୁଷ୍ଠିତ ଗଣେଶ ମେଢ଼ ସବୁକୁ ବାଜା ଓ ଲାଇଟରେ ସଜାଇ ନାଚ ଗୀତ ସହ ବିରାଟ ପଟୁଆରରେ ସହର ମୁଖ୍ୟ ରାସ୍ତାରେ ନେଇ ଵିସର୍ଜନ କରିଥିଲେ l ଦେଖିବା ପାଇଁ ବଜାରରେ ଲୋକମାନଙ୍କ ପ୍ରବଳ ଭିଡ ହୋଇଥିଲା l ଡି ଆର ଡି ଏ ଛକ, ଏଫ ସି ଆଇ ଛକ, ପିଅନ ପଡା, ଓ ଅନ୍ୟାନ୍ୟ ଛକରେ ଅନୁଷ୍ଠିତ ଗଣେଶ ମୂର୍ତି ସବୁ ପୂଜାର୍ଚନା କରାଯାଇ ରୀତି ନୀତି ଅନୁଯାୟୀ ବିସର୍ଜନ କରାଯାଇଥିଲା l ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ଓ ପୋଲିସ ଅଫିସରଙ୍କୁ ମୃତୟନ କରାଯାଇଥିଲା l

Leave A Reply

Your email address will not be published.