କାଲିମେଳା ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

କାଲିମେଳା: କାଲିମେଳାଠାରେ ଆସନ୍ତା ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥ୍‌ରେ କାଲିମେଳା ବଜାର କମିଟି , ଭୈରବୀ ଯୁବକ ସଂଘ , ନିର୍ବାଚିତ ଲୋକପ୍ରତିନିଧୂ , ପୂର୍ବତନ ଲୋକପ୍ରତିନିଧୂ ସମେତ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ । ପରମ୍ପରା ଅନୁଯାୟୀ , ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଡ଼ମ୍ବର ସହିତ ପୂଜା କରିବାକୁ ପଦକ୍ଷେପ ନିଆଯାଇଛି । ପୂଜାର୍ଚ୍ଚନା ଆରମ୍ଭ ଠାରୁ ଭସାଣି ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳା ସହିତ ସମାପନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ସରପଞ୍ଚ ପୃଥ୍ବୀରାଜ ମାଝୀ , ପୂର୍ବତନ ସମିତି ଅଧ୍ୟକ୍ଷ ମାଲା ମାଡ଼ି , ବଜାର କମିଟି ସଭାପତି ବିଜୟ ପାତ୍ର , ଭୈରବୀ ଯୁବକ ସଂଘ ସଦସ୍ୟବୃନ୍ଦ , ବିଜେପି ମଣ୍ଡଳ ସଭାପତି ରତ୍ନାକର ପାଣିଗ୍ରାହୀ , ବିଜେଡି ବ୍ଲକ ସଭାପତି ଶରତ ଚନ୍ଦ୍ର ବିଶ୍ଵାଳ , କାମସେନ ପ୍ରଧାନ , ରୁଦ୍ର ପାତ୍ର , ମିଲର ଟଣ୍ଟୁ ଦେ , ବି.ଭାସ୍କର ରାଓ , ବିନୋଦ ସାହୁ , ସଞ୍ଜୟ ମସଜିଦ , କାର୍ଭିକ ଦେବନାଥ , ଟି . ସତ୍ୟନାରାୟଣ ସୁବୁଦ୍ଧି , ବିନୟ ରାୟ ସଞ୍ଜୟ ଦେବନାଥ, ସନ୍ତୋଷ ସାହୁ ପ୍ରମୁଖ ଏହି ଶାରଦୀୟ ଦୁର୍ଗାପୂଜା ପ୍ରସ୍ତୁତି ବୈଠକରେ ସାମିଲ ହୋଇଥିଲେ । କାଲିମେଳାରୁ ଅନ୍ୟମାନେ ମଧ୍ୟ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ । ଏ ନେଇ ଚଳିତ ବର୍ଷ ଦୂର୍ଗା ପୂଜା ପରିଚାଳନା ପାଇଁ ଏକ ଅସ୍ଥାୟୀ କମିଟି ଗଠନ କରାଯାଇଥିଲା ଏ ଅବସରସରେ ସଭାପତି ଭାବେ ବିଜୟ କୁମାର ଦ୍ୱିବେଦୀ,ଉପ ସଭାପତି ଭାବେ ସୁଦିପ୍ତ କୁମାର ବେହେରା , ସମ୍ପାଦକ ଭାବେ ସି:ହେଚ ତିରୁପତି ,ସହ ସମ୍ପାଦକ ଭାବେ ସଞୟ ରାୟ, କୋଷାଧ୍ୟକ୍ଷ ଭାବେ ଆକାଶ ପ୍ରଧାନ,ଏସ:ସାହେବ ଓ ସଞୟ ସରକାରଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା ଓ ଏଇ ମାନଙ୍କ ଉପରେ ଦୁର୍ଗା ପୂଜା ର‌ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସୂଚାରୁରୂପେ ତୁଲାଇବା ପାଇଁ ଦାୟିତ୍ଵ ଦିଆଗଲା। ଓ ପ୍ରତ୍ୟେକ କାର୍ଯ୍ୟରେ ପୂର୍ବରୁ ପୂଜା କାର୍ଯ୍ୟ ତୁଲାଇଆସିଥବା ପୂରୂଣା ପୂଜା କମିଟିର ଆବଶ୍ୟକ ସ୍ଥଳେ ପରାମର୍ଶ ନେଇ ଭଲମନ୍ଦ ବୁଝିବେ । ଓ ଏ ନେଇ ପୁରୁଣା ପୂଜା କମିଟି ପୂର୍ଣ୍ଣ ସହଯୋଗ କରିବ ବୋଲି ଏହି ବୈଠକରେ ଆଲୋଚନା କରଯାଇଥିଲା। ଏ ନେଇ ଚଳିତ ବର୍ଷ ଦୁର୍ଗା ପୂଜା ଉପଲକ୍ଷେ କାଲିମେଳା ସଦର ମହକୂମା ସମସ୍ତ ଯୁବକ ସଂଘ, ଡ୍ରାଇଭର ସଂଘ ,ଅଟୋ ସଂଘ, ଟ୍ରକ୍ ୟୁନିୟନ ପ୍ରମୁଖ ଓ ଅଞ୍ଚଳର ସମସ୍ତ ଯୁବ ଗୋଷ୍ଠୀ ଏହି ପୂଜା କାମରେ ପୂର୍ଣ୍ଣ ସହଯୋଗ କରିବେ ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।

Leave A Reply

Your email address will not be published.