ନବୀନ ପାଇଲେ ଜୀବନବ୍ୟାପୀ ସାଧନା ସମ୍ମାନ: ଉଲ୍ଲେଖନୀୟ ନେତୃତ୍ୱ ପାଇଁ ସମ୍ମାନୀତ ହେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିଲା ଜୀବନବ୍ୟାପୀ ସାଧନା ସମ୍ମାନ । ନୂଆ ଦିଲ୍ଲୀର ଇଣ୍ଡିଆ ଇଂଟରନେସନାଲ ସେଂଟରରେ କ୍ୟାପିଟାଲ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି । ଉଲ୍ଲେଖନୀୟ ନେତୃତ୍ୱ ପାଇଁ ଏହି ସମ୍ମାନରେ ସମ୍ମାନୀତ ହେଲେ ମୁଖ୍ୟମନ୍ତ୍ରୀ । ସୁପ୍ରମିକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏନ୍.ଭି ରମଣାଙ୍କଠାରୁ ମୁଖ୍ୟମନ୍ତ୍ରୀ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି ।

ଏହି ମୁହୂର୍ତକୁ ସ୍ମରଣୀୟ କରିବା ପାଇଁ ବିଜେଡି ପକ୍ଷରୁ ବଡ଼ ଯୋଜନା ପ୍ରସ୍ତୁତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ସବୁ ଜିଲ୍ଲା ଯୁବ ଓ ଛାତ୍ର ସଭାପତିମାନଙ୍କୁ ଦିଲ୍ଲୀ ନିଆଯାଇଛି । ସେଠାରେ ଦଳର କେତେଜଣ ବରିଷ୍ଠ ନେତା ମଧ୍ୟ ରହିଛନ୍ତି । ପାରମ୍ପରିକ ନାଚ, ଗୀତ ଆଦିର ବ୍ୟବସ୍ଥା କରାଯାଇଛି । ପ୍ରବାସୀ ଓଡ଼ିଆ ଓ ବିଜେଡି ନେତାମାନେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦେବେ । ଏହା ସହ ଏପିଜେ ଅବଦୁଲ କଲାମ ରୋଡ୍ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ମଧ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ଯୋଜନା କରାଯାଇଛି । ଆସନ୍ତା ୬ ତାରିଖରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିବେ । ଓଡ଼ିଶାରେ ମଧ୍ୟ ସମ୍ବର୍ଦ୍ଧନା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ୧୯୯୭ରେ ରାଜନୀତିରେ ପାଦ ଦେଇଥିବା ନବୀନ ୨୦୦୦ ମସିହାରୁ ଲଗାତର ୫ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିଛନ୍ତି ।

Leave A Reply

Your email address will not be published.