ବ୍ଲକସ୍ତରୀୟ ଗୁରୁଦିବସରେ ମୁଁ ଲେଖିବି, ମୁଁ ପଢ଼ିବି କାର୍ଯ୍ୟକ୍ରମ

ଫୁଲବାଣୀ -୫।୯ ଗୁରୁ ଦିବସ ଅବସରରେ ସ୍ଥାନୀୟ ଏ ଜେ ଓ ହାଇସ୍କୁଲ ଠାରେ ବ୍ଲକସ୍ତରୀୟ ମୁଁ ପଢ଼ିବି ମୁଁ ଲେଖିବି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ବ୍ଲକ ଶିକ୍ଷା ଅଧିକାରୀ ରଞ୍ଜନ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ପିଲାଙ୍କ ଦକ୍ଷତା ବୃଦ୍ଧିକରିବା ସହ ପାଠ ପ୍ରତି ଅଧିକ ଆଗ୍ରହ ସୃଷ୍ଟି କରିବ ବୋଲି କହିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଏବି ଇ ଓ ଅମୁଲ୍ୟ କୁମାର ଜେନା, ଅଶୋକ ମିଶ୍ରଙ୍କ ସମେତ ସମସ୍ତ ସି ଆର ସି ସି, ବ୍ଲକ ଅନ୍ତର୍ଗତ ୧୩ଟି କ୍ଲଷ୍ଟରର କୋଡିଏ ଜଣ ଛାତ୍ରଛାତ୍ରୀ ଓ ଗାଇଡ଼ ଟିଚର ଉପସ୍ଥିତ ଥିଲେ l ଛାତ୍ରଛାତ୍ରୀମାନେ ନିଜସ୍ୱ ଢଙ୍ଗରେ ଲେଖିଥିବା ବିଷୟକୁ ସମସ୍ତଙ୍କ ସମ୍ମୁଖରେ ନିର୍ଭୁଲ ଭାବରେ ପଢିଥିଲେ l ଏହାଦ୍ୱାରା ଛାତ୍ର ଛାତ୍ରୀଙ୍କ ଅନ୍ତର୍ନିହିତ ଜ୍ଞାନ ବୃଦ୍ଧି ହେବାସହ ନିଜ ଭାଷା ଅଧିକ ସୁଦୃଢ଼ ହୋଇପାରିବ ବୋଲି ଅତିଥି ମାନେ କହିଥିଲେ l ଶେଷରେ ସମସ୍ତ ଛାତ୍ର ଛାତ୍ରୀଙ୍କୁ ମୁଖ୍ୟ ଅତିଥି ବ୍ଲକ ଶିକ୍ଷା ଅଧିକାରୀ ରଞ୍ଜନ କହଁର ପୁରସ୍କୃତ କରିଥିଲେ l ଆଗକୁ ଅଧିକରୁ ଅଧିକ ଛାତ୍ରଛାତ୍ରୀ ମାନେ ଏଥିରେ ସାମିଲ ଯେପରି ହେବେ ସେଥିପ୍ରତି ଶିକ୍ଷକ ଶିକ୍ଷୟତ୍ରୀମାନେ ଆନ୍ତରିକତାର ସହ ଉଦ୍ୟମ କରିବା ଲାଗି ମୁଖ୍ୟ ଅତିଥି କହଁର ପରାମର୍ଶ ଦେଇଥିଲେ l

Leave A Reply

Your email address will not be published.