xmas

ଜିଲ୍ଲାସ୍ତରୀୟ ଗୁରୁଦିବସ ପାଳିତ, ୨୨ ଜଣ ଶିକ୍ଷକ ସମ୍ମାନିତ

ମାଲକାନଗିରି: ମାଲକାନଗିରି ସଦର ମହକୁମାସ୍ଥିତ ସଂସ୍କୃତି ଭବନଠାରେ ଜିଲ୍ଲାସ୍ତରୀୟ ଗୁରୁଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଶାଲ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଉପଜିଲ୍ଲାପାଳ ଅକ୍ଷୟ ଖେମୁଡୁ ଯୋଗ ଦେଇଥିଲେ। ସଭାପତି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ମାନସ କୁମାର ଜେନା ଉପସ୍ଥିତ ରହି ସଭାକୁ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ସିଂ ଜିଲ୍ଲାରେ ଶିକ୍ଷାକୁ ଆହୁରି ଆଗେଇ ନେବା ପାଇଁ ହେଲେ ଶିକ୍ଷକମାନଙ୍କ ଅବଦାନ ଗୁରୁତ୍ବପୂର୍ଣ୍ଣ। ଆଜି ବି ଜିଲ୍ଲାର ଶିକ୍ଷକମାନେ ଜିଲ୍ଲାର ବିକାଶରେ ସହଭାଗିତା କରିଆସୁଛନ୍ତି। ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ହିଁ ଆଜିର ଏହି କାର୍ଯ୍ୟକ୍ରମ ସଫଳ ହୋଇପାରିଛି। ଦୀର୍ଘ ଦିନ ପରେ ଏହି କାର୍ଯ୍ୟକ୍ରମ ଜିଲ୍ଲାସ୍ତରୀୟ ହେଉଥିବାରୁ ଜିଲ୍ଲାର ଶିକ୍ଷକଙ୍କ ମହଲରେ ଉତ୍ସାହ ଦେଖିବାକୁ ମିଳିଥିଲା।

ଉତ୍ତମ ଶିକ୍ଷାଦାନ ଏବଂ ବିଦ୍ୟାଳୟକୁ ମନ୍ଦିର ଭଳି ଗଢି ତୋଳିବାରେ ଯେଉଁ ଶିକ୍ଷକମାନଙ୍କ ଅବଦାନ ଅତୁଳନୀୟ ସେମାନଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା। ସେମାନେ ହେଲେ ପଡିଆ ବ୍ଲକର କାଲଦାପାଲୀ ସ୍କୁଲର ପ୍ରଧାନ ଶିକ୍ଷକ ପ୍ରହଲ୍ଲାଦ ପୋଦ୍ଦାର,ସିମିଳିବାଞ୍ଛା ସ୍କୁଲର ବହୁଭାଷୀ ଶିକ୍ଷକ ସୁନିତା ମାଡକାମୀ ଓ ପଡିଆ ଏମଭି-୫୯ ସ୍କୁଲର ପ୍ରଧାନ ଶିକ୍ଷକ ଅମିନେଶ ମଣ୍ଡଳ,କୁଡୁମୁଲୁଗୁମ୍ମାର ବଡପଦର ସ୍କୁଲର ପ୍ରଧାନଶିକ୍ଷକ ହରିହର ବେହେରା,କୁଡୁମୁଲୁଗୁମ୍ମା ଲାକଟିଗୁଡା ଗ୍ରାମର ଜଗନ୍ନାଥ ମିର୍ଦ୍ଧା ଓ ବଡପଡା ସ୍କୁଲର ପ୍ରଧାନଶିକ୍ଷୟତ୍ରୀ ସୁମିତ୍ରା ସାରୁ,କୋରକୋଣ୍ଡା ବ୍ଲକର ଟେମ୍ପରାରୀ କଲୋନୀ ସ୍କୁଲର ପ୍ରଧାନଶିକ୍ଷକ ଦୁର୍ଯ୍ୟଧନ ସେଠୀ,ଗୋରାଖୁଣ୍ଡା ବିଦ୍ୟାଳୟର ପ୍ରଧାନଶିକ୍ଷକ ଖଗପତି ବିଶ୍ବାସ ଓ ମାରିଵାଡା ସ୍କୁଲର ପ୍ରଧାନଶିକ୍ଷକ ଯଦୁନାଥ ଖଟୁଆ,କାଲିମେଳା ବ୍ଲକର ଭେଙ୍କେଟାପାଲମ ସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ପ୍ରଧାନ,ଉଣ୍ଡ୍ରୁକୋଣ୍ଡା ସ୍କୁଲର ପ୍ରଧାନଶିକ୍ଷକ ରୂପଧର ସେଠୀ ଓ ତେଲରାଇ ସ୍କୁଲର ପ୍ରଧାନଶିକ୍ଷକ ନବକିଶୋର ମଲ୍ଲିକ,ମାଲକାନଗିରି ବ୍ଲକର ଉଡୁପା ସ୍କୁଲର ପ୍ରଧାନଶିକ୍ଷକ ଗଣେଶ ଚନ୍ଦ୍ର ମଜୁମଦାର,ପେଦାଵାଡା ସ୍କୁଲର ପ୍ରଧାନଶିକ୍ଷକ ଆଶୁତୋଷ ବିଶ୍ବାସ ଓ ପୌର ପରିଷଦର ନୋଡାଲ ସ୍କୁଲ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ନାୟକ,ଖଇରପୁଟ ବ୍ଲକର ମୁଦୁଲିପଡା ସ୍କୁଲର ପ୍ରଧାନ ଶିକ୍ଷକ ଇନ୍ଦ୍ରଜିତ କିର୍ସାନୀ,ମୁଦୁଲିପଡା ଡିଶାରିଗୁଡା ସ୍କୁଲର ପ୍ରଧାନଶିକ୍ଷକ କୃଷ୍ଣା ରାଓ ଦୋରା ଓ ଖଇରପୁଟ ସ୍କୁଲର ପ୍ରଧାନ ଶିକ୍ଷକ ମାନସ ନାୟକ,ମାଥିଲି ବ୍ଲକର ମେକା ସ୍କୁଲର ପ୍ରଧାନ ଶିକ୍ଷକ ଦୀନବନ୍ଧୁ ମାଝି,ଦଳପତିଗୁଡା ସ୍କୁଲର ପ୍ରଧାନ ଶିକ୍ଷକ ଜୟକୃଷ୍ଣ ବସନ୍ତରା,ମାଥିଲି ସଦର ସ୍କୁଲର ପ୍ରଧାନ ଶିକ୍ଷକ ବୈଭବ କୁମାର ତାଣ୍ଡି,ଚାଲାଣଗୁଡା ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଭାରାଣୀ ବିଶ୍ବାଳ।

Leave A Reply

Your email address will not be published.