xmas

ସୁଧା ତରଫରୁ ସମ୍ବର୍ଧନା ସଭା

ସାମାଜିକ ଉତ୍କର୍ଷ ସାଧନା ହାସଲ, ପରିବେଶ ସୁରକ୍ଷା ପାଇଁ ଚାରାରୋପଣକୁ ପ୍ରାଥମିକ ଦେଇ ଜନଗଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର ପ୍ରୟାସ,ସମାଜର ନୈତିକ ତଥା ସାଂସ୍କୃତିକ ଉତ୍ତରଣ ଦିଗରେ ନିଜକୁ ସଂଶ୍ଳିଷ୍ଟ କରିବା ସହିତ ନୂଆନୂଆ କାର୍ଯ୍ୟସୂଚୀ ମାଧ୍ୟମରେ ମା ଫାଉଣ୍ଡେସନ୍ ର କର୍ମକର୍ତ୍ତା ମାନଙ୍କୁ ନେଇ ନିରକ୍ଷରତା ଦୂରୀକରଣ,ଅସ୍ପୁଶ୍ୟତା ଓ ଜାତିଗତ ଭେଦଭାଵର ବିଲୋପ,ମହିଳା ସଶକ୍ତିକରଣ, ପରିବେଶ ସୁରକ୍ଷା ନେଇ ସଚେତନତା ଇତ୍ୟାଦି ନାନାଵିଧ ସମଜ-ମଙ୍ଗଳକର କାର୍ଯରେ ବିଭିନ୍ନ ବ୍ୟକ୍ତି,ସଂଗଠନ, ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ,ବ୍ୟବସାୟୀ ସଂଘ ମାନଙ୍କ ସହିତ ସଂପୃକ୍ତି ଵ୍ୟକ୍ତ କରି ସମସ୍ତ କାର୍ଯ୍ୟ ପଶ୍ଚତରେ ସାମାଜିକ ଉତ୍କର୍ଷ ସାଧନାରେ କାର୍ଯ୍ୟ ପାଇଁ ଗତ ୭୫ତମ ସ୍ଵାଧୀନତା ଦିବସ ଏଵଂ World Humanitarian Day ଅବସରରେ I Can Foundation, India ତରଫରୁ Leela Ambience Hotel and Residences, Gurgaon ଠାରେ “Humanitarian Excillence Award -2022” Social Worker of the Year ଏଵଂ ୨୮ ଅଗଷ୍ଟ ୨୦୨୨ରିଖରେ ମହାରାଷ୍ଟ୍ରର Global Scholars Foundation, Pune ତରଫରୁ ପଞ୍ଚତାରକା ହୋଟେଲ ନୋଭାଟେଲ୍ , ପୁନେ ଠାରେ ପଦ୍ମଶ୍ରୀ ପଦ୍ମା ଗଡ଼ାମ୍ ରେଡ୍ଡୀ ଙ୍କ ଉପସ୍ଥିତି ରେ ମା ଫାଉଣ୍ଡେସନ୍, ନୟାଗଡ଼ କୁ “ଭାରତୀୟ ସମାଜ ରତ୍ନ ଆୱାର୍ଡ – Best Foundation of The Year -2022” ସମ୍ମାନିତ କରାଯାଇଥିଲା। ଆୱାର୍ଡ ଗ୍ରହଣ କରିଥିଲେ ମା ଫାଉଣ୍ଡେସନ୍ର Moderator ଶ୍ରୀ ଲଳିତ ପାଢୀ । “ଭାରତୀୟ ସମାଜ ରତ୍ନ” ପୁରସ୍କାରରେ ସମ୍ବର୍ଦ୍ଧିତ ହୋଇଥିବା ନୟାଗଡ଼ର ଯୁବ ପରିବେଶବିତ ତଥା ଯୁବ ସମାଜସେବୀ ରଞ୍ଜନ ରଶ୍ମି ଜେନାଙ୍କ ଉଦ୍ଦେଶ୍ୟରେ “ସୁଧା” ତରଫରୁ ସ୍ଥାନୀୟ ଜେନୁଇନ ସଭାଗୃହରେ ସୁଧା ସାଂସ୍କୃତିକ ଅନୁଷ୍ଠାନର ଆବାହକ ଡ. ଆଶୁତୋଷ ମିଶ୍ରଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ଶ୍ରୀଯୁକ୍ତ ଜେନାଙ୍କୁ ମାନପତ୍ର, ପୁଷ୍ପଗୁଛ ସମେତ ଉତ୍ତରୀୟ ପ୍ରଦାନ କରାଯାଇଥିଲା l ସମ୍ବର୍ଦ୍ଧନାର ଉତ୍ତରରଖି ଶ୍ରୀଯୁକ୍ତ ଜେନା କହିଥିଲେ ଯେ ଆଗାମୀ ଦିନରେ ନୟାଗଡ଼ ସହର ଓ ଆଖପାଖ ଅଞ୍ଚଳକୁ ସବୁଜ, ସୁନ୍ଦର ସହିତ ସବୁଜିମାମୟ କରିବାକୁ “ମା’ ଫାଉଣ୍ଡେସନ” ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଉଛି l ଏଥି ସହିତ ପରିବେଶ ସୁରକ୍ଷା ଉପରେ ସୁଧା ଅନୁଷ୍ଠାନ ଓ ମା’ ଫାଉଣ୍ଡେସନ ଆଗାମୀ ଦିନରେ ଏକ କର୍ମଶାଳା ଆୟୋଜନ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା l ସଭା ପ୍ରାରମ୍ଭରେ ଶେଖ ଅବଦୁଲ ଖାଲିକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଲଷ୍ମୀ ନାରାୟଣ ରଥ ଧନ୍ୟବାଦ ଦେଇଥିଲେ l ଅତିଥି ଭାବରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଓ ଅବସରପ୍ରାପ୍ତ ଶିକ୍ଷାବିତ ତଥା ମା ଫାଉଣ୍ଡେସନ ର ସଭାପତି ବସନ୍ତ କୁ. ମିଶ୍ର ଯୋଗଦେଇଥିବା ବେଳେ ସୁଧା ଅନୁଷ୍ଠାନର କର୍ମକର୍ତ୍ତା ଗୋକୁଳ ଷଡ଼ଙ୍ଗୀ, ଗଣେଶ ମିଶ୍ର, ସରୋଜ ସାହୁ, ଆଦିତ୍ୟ ମିଶ୍ର, ଅଶୋକ ମଲ୍ଲ, ନୟାଗଡ଼ କଲେଜ କ୍ରିଡ଼ା ଶିକ୍ଷକ କାଳିଆ ସାର,ବିଜୟାନନ୍ଦ ମହାପାତ୍ର ପ୍ରମୁଖ ରଞ୍ଜନ ରଶ୍ମି ଜେନାଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ l

Leave A Reply

Your email address will not be published.