ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ତରଫରୁ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ

ମାଲକାନଗିରି, ୯।୫: ମାଲକାନଗିରି ଜିଲ୍ଲା ମହିଳା ମୋର୍ଚାର ରାଜ୍ୟ ସାଧାରଣ ସମ୍ପାଦିକା ବବିତା ପାତ୍ରଙ୍କ ଅଧ୍ୟକ୍ଷତାରେ ମାଲକାନଗିରି ନଗର ଭବନ ଠାରେ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛିା ବୈଠକରେ ରାଜ୍ୟରେ ମହିଳା ବିରୋଧୀ ହିଂସା, ମହିଳା ଅସଦାଚରଣ, ବଳାତ୍କାର, ନାବାଳିକା ଜୌନ ନିର୍ଯ୍ୟାତନା, ମହିଳା ଉତ୍ପୀଡନ, ସାଇବର କ୍ରାଇମ, ମାନବ ଚାଲାଣ, ପୂର୍ବ ବର୍ଷ ଅପେକ୍ଷା ବୃଦ୍ଧି ପାଇବା ଉପରେ ଉଦ୍ୱେଗ ପ୍ରକାଶ ପାଇଥିଲା ଏବଂ ଏହା ଅତି ଚିନ୍ତା ଓ ଲଜ୍ଜା ଜନକ ବୋଲି ଶ୍ରୀମତୀ ପାତ୍ର କହିଥିଲୋ ଆଦିବାସୀ ଅଧ୍ୟୁସିତ ଏହି ଅଞ୍ଚଳରେ ଆଦିବାସୀ ଆବାସିକା ମାନଙ୍କରେ ନାବାଳିକାଙ୍କୁ ଜୌନ ନିର୍ଯ୍ୟାତନା, ମହିଳାମାନଙ୍କୁ ଦେହ ବ୍ୟବସାୟ ପାଇଁ ବାହାର ରାଜ୍ୟ ଓ ଦେଶକୁ ଚାଲାଣ, ଅପହରଣ, ଧର୍ଷଣ ଓ ହତ୍ୟା ଭଳି ଜଘନ୍ୟ ଘଟଣା ମାନ ବୃଦ୍ଧି ପାଉଛିା ଶିକ୍ଷା ଓ ସଚେତନତାର ଅଭାବ ହେତୁ ବାଲ୍ୟ ବିବାହ ଭଳି କୁପ୍ରଥାର ବସବର୍ତୀ ହୋଇ ନାବାଳିକା ମାନଙ୍କୁ ଜୌନ ନିର୍ଯ୍ୟାତନା ଦିଆଯାଉଛିା ଏନ୍‌.ସି.ଆର୍‌.ବି,. ରିପୋର୍ଟ ଅନୁସାରେ ରାଜ୍ୟରେ ମହିଳା ଅପହରଣ ୩୭ ପ୍ରତିଶତ, ମହିଳା ଅସଦାଚରଣ ୧୭.୮ ପ୍ରତିଶତ, ବଳାତ୍କାର ୨୦.୨୩ ପ୍ରତିଶତ, ନାବାଳିକା ଜୌନ ନିର୍ଯ୍ୟାତନା ୧୩.୩୫ ପ୍ରତିଶତ ଥିବା ବେଳେ ଏହି ଜିଲ୍ଲାରେ ଯଥେଷ୍ଟ ଅଧିକ ଅଛିା ସବୁଠାରୁ ଆଶ୍ଚର୍ଯ୍ୟ ଓ ଦୁଖର ବିଷୟ ହେଉଛି ପୋଲିସ ପ୍ରଶାସନର ନିସ୍କ୍ରିୟତା ଓ ଉଦାସୀନତ।। ସରକାରୀ ଦଳର ହାତବାରିସି ହୋଇ ନିରୀହ ପୀଡିତାମାନଙ୍କୁ ନ୍ୟାୟ ଦେବା ପରିବର୍ତେ ସରକାରୀ ଦଳର ନେତାଙ୍କୁ ସୁହାଇଲା ଭଳି କାର୍ଯ୍ୟ କରୁଛିା ଯଦ୍ୱାରା ଲୋକଙ୍କ ପୁଲିସ ପ୍ରଶାସନ ଠାରୁ ଭରସା ଉଠି ଯାଇଛି ଏବଂ ୫୦ ପ୍ରତିଶତ ପିଡିତା ଅଭିଯୋଗ ଜଣାଇବାକୁ ଥାନାକୁ ଆସୁନାହାନ୍ତିା ରାଜ୍ୟରେ ନାରୀ ସମାଜକୁ ସମ୍ମାନ ସୁରକ୍ଷା, ନ୍ୟାୟ ଦାବିରେ ଭାରତୀୟ ଜନତା ପାର୍ଟି ରାଜ୍ୟ ମହିଳା ମୋଚ୍ରା ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଗାମୀ ସେପ୍ଟେମ୍ବର ୭ ଓ ୮ ତାରିଖରେ ଜିଲ୍ଲା ମହିଳା ମୋର୍ଚ୍ଚା ଆନ୍ଦୋଳନକୁ ରାଜରାସ୍ତାରେ ଓହ୍ଲାଇବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲ।। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମହିଳା ମୋର୍ଚା ଜିଲ୍ଲା ସଭାନେତ୍ରୀ ଦେବି ମାଢି, ସାଧାରଣ ସମ୍ପାଦିକା ବେଣି କୁମାରୀ କାର୍ତୁଲ, ଜିଲ୍ଲା ସମ୍ପାଦିକା ସନ୍ତୋସିନୀ ପାତ୍ର, ଉପ ସଭାନେତ୍ରୀ ସୌଦାମିନି ଆଚାର୍ଯ୍ୟ ସମ୍ପାଦିକା ମମତାମୟୀ ମହାନ୍ତି, ସବିତା ମିଶ୍ରଙ୍କ ସହ ବହୁ ମହିଳା ମୋର୍ଚ୍ଚା କର୍ମୀମାନେ ଉପସ୍ଥିତ ଥିଲୋ

Leave A Reply

Your email address will not be published.