xmas

ହାରିଗଲେ ଋଷି, ଲିଜ୍‌ ଟ୍ରସ୍‌ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରେସ୍‌ରେ ହାରିଗଲେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ। ବାଜି ମାରିନେଲେ ଲିଜ୍‌ ଟ୍ରସ୍‌। ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ଲିଜ ଟ୍ରସ୍‌। ମାର୍ଗରେଟ୍ ଥେରର ଓ ଥେରେସାଙ୍କ ପରେ ସେ ବ୍ରିଟେନର ତୃତୀୟ ମହିଳା ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ସାର୍ ଗ୍ରାହାମ୍ ବ୍ରାଡିଙ୍କ ଦ୍ୱାରା ବ୍ରିଟେନ୍‌ର ନୂତନ ପ୍ରଧାନମନ୍ତ୍ରୀ ନାଁ ଘୋଷଣା କରାଯାଇଛି।

ଋଷି ସୁନକ ପ୍ରଥମରୁ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରେସ୍‌ର ଆଗରେ ଥିଲେ। ତେବେ ମତଦାଦ ମାଧ୍ୟମରେ ଦ୍ୱିତୀୟ ସ୍ଥାନରେ ଥିବା ବୈଦେଶିକ ମନ୍ତ୍ରୀ ଲିଜ୍‌ ଟ୍ରସ୍‌ ମଧ୍ୟ ଆରମ୍ଭରୁ ନିଜ ଦବ୍‌ଦବା ବଜାୟ ରଖିଥିଲେ। ସେ ଋଷି ସୁନକଙ୍କୁ ଦେଇଥିଲେ କଡା ଟକ୍କର। ଗତ ୨ ମାସ ଧରି ଚାଲିଥିବା ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ପରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ପଛରେ ପକାଇ ଟ୍ରସ୍ କଞ୍ଜରଭେଟିଭ ଦଳର ନେତା ନିର୍ବାଚିତ ହୋଇଛନ୍ତି। ଲିଜଙ୍କୁ ୮୧,୩୨୬ଟି ଭୋଟ ମିଳିଥିବାବେଳେ ସୁନକଙ୍କୁ ୬୦,୩୯୯ଟି ଭୋଟ ମିଳିଛି

Leave A Reply

Your email address will not be published.