ମନସୁନ କ୍ରିକେଟ ଲିଗ; ଡିଏଚ୍ଏଚ୍ ଚମ୍ପିୟନ ଓ ପୋଲିସ ଟିମ ରନର୍ସ ଅପ

ଫୁଲବାଣୀ-୦୫/୦୯ ଫୁଲବାଣୀ ରିଜର୍ଭ ପୋଲିସ ପଡ଼ିଆ ଠାରେ ପୋଲିସ ରିଜର୍ଭ ଇନସପେକ୍ଟର ତଥା କ୍ରିକେଟ ପ୍ରେମୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଦୁଇ ଦିନିଆ ବନ୍ଧୁତ୍ୱ ପୁର୍ଣ ମନସୁନ କ୍ରିକେଟ ଲିଗ ମ୍ୟାଚରେ ଡିଏଚ୍ଏଚ୍ ଟିମ ଚମ୍ପିୟାନ ହୋଇଥିବାବେଳେ ପୋଲିସ ଟିମ ରନର୍ସ ଅପ ହୋଇଛି। ଆଜି ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଟସ ଜିତି ପ୍ରଥମେ ଡିଏଚଏଚ୍ ଟିମ ବ୍ୟାଟିଙ୍ଗ କରି ୧୦ ଓ ଭର ରେ ୫ ଉଇକେଟ ହରାଇ ୮୪ ରନ ସଂଗ୍ରହ କରିଥିବା ବେଳେ ପୋଲିସ ଟିମ ସମସ୍ତ ଉଇକେଟ ହରାଇ ୯.୪ ଓଭରରେ ୬୨ ରନ ସଂଗ୍ରହ କରିଥିଲା ସେହିପରି ଗତକାଲି ରବିବାର ସକାଳେ ଅନୁଷ୍ଠିତ ପ୍ରେସ ଟିମ ସହ ଇଂଜିନିୟର ଟିମ ଟି -୧୦ ମ୍ୟାଚରେ ପ୍ରେସ ଟିମକୁ ହରାଇ ଇଂଜିନିୟର ଟିମ ବିଜୟୀ ହୋଇଥିଲା ଓ ଅପରାହ୍ନରେ ଡିଏଚଏଚ୍ ଟିମ ଭଲ ଖେଳ ପ୍ରଦର୍ଶନ କରି ପୋଲିସ ଓ ଇଂଜିନିୟର ଟିମକୁ ପରାସ୍ତ କରି ବିଜୟୀ ହୋଇଥିଲା। ଆଜି ସୋମବାର ସକାଳେ ଅନୁଷ୍ଠିତ ପ୍ରେସ ଓଡିଏଚ୍ଏଚଓ ପ୍ରେସ ଟିମ ସହ ପୋଲିସ ଟିମ ମଧ୍ୟରେ ଅନୁଷ୍ଠିତ ବନ୍ଧୁତ୍ଵପୂର୍ଣ୍ଣ ମ୍ୟାଚରେ ପ୍ରେସ ଟିମ ଉଭୟଙ୍କଠାରୁ ପରାସ୍ତ ହୋଇଥିଲା । ଏହି ଅବସରରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବରୀଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ ଉପସ୍ଥିତ ରହି ବିଜେତା ଡିଏଚଏଚ ଦଳ କ୍ୟାପଟେନ ଡ଼. ଏମ. ଶିବାନନ୍ଦ ଓ ରନର୍ସ ଅପ ଦଳର କ୍ୟାପଟେନଙ୍କୁ କପ ପ୍ରଦାନ କରିଥିଲେ । ସେହିପରି ମ୍ୟାଚରେ ଅଂଶଗ୍ରହଣ କରିଥିବା ପ୍ରେସ ଟିମ କ୍ୟାପଟେନ ଶିବପ୍ରସାଦ ନାୟକ ଓ ଇଂଜିନିୟର ଦଳ କ୍ୟାପଟେନକୁ ପାର୍ଟି ସିପେଣ୍ଟକପ ପ୍ରଦାନ କରିଥିଲେ। ମ୍ୟାନ ଅଫ ଦି ସିରିଜ ସାମ୍ବାଦିକ ସୁଧୀର ମହାରରଣାଙ୍କୁ ମିଳିଥିଲା। ଏଭଳି ବନ୍ଧୁତ୍ଵପୂର୍ଣ୍ଣ କ୍ରିକେଟ ମ୍ୟାଚ ନିଶ୍ଚିତ ଭାବେ ପରସ୍ପର ମଧ୍ୟରେ ସ୍ନେହ, ସଦଭାବ, ଭାଇଚାରା ବର୍ଦ୍ଧି କରିବ ବୋଲି ଆୟୋଜକ ଆର. ଆଇ.ଧର୍ମେନ୍ଦ୍ର ପ୍ରଧାନ କହିଥିଲେ । ଆଗାମୀ ଅକ୍ଟୋବର ଶେଷ ବେଳକୁ ସହିଦ ସପ୍ତାହ ଅବସରରେ ସହିଦଙ୍କ ସ୍କୃତି ଉଦ୍ଦେଶ୍ୟରେ ୧୬ଟି ଦଳକୁ ନେଇ ଏକ ବଡ଼ ଧରଣର କ୍ରିକେଟ ମ୍ୟାଚ କରାଯିବା ନେଇ ଚିନ୍ତା କରାଯାଉଥିବା ସେ କହିଛନ୍ତି ।

Leave A Reply

Your email address will not be published.