୭୦ କେଜି ଗଞ୍ଜେଇ ସହ କାର ଜବତ, ଡ୍ରାଇଭର ଫେରାର

ଫୁଲବାଣୀ -୦୬/୦୯ ସୋମବାର ଗୋଛାପଡା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ରଣଜିତ କୁମାର ମୁନିଙ୍କ ନେତୃତ୍ୱରେ ତତକ୍ଷଣାତ ଘଟଣାସ୍ଥଳରେ ଚଢ଼ାଉ କରି ଗୋଟିଏ ମାରୁତି ଏ ଟ୍ରି ଗା କାର ଜେ ଏଚ 01ସି ଇଉ. 3234. ଜବତ କରିବା ସହ ସେଥିରେ ଚାଲାଣ ହେଉଥିବା ସତୁରି କେଜି ଗଞ୍ଜେଇ ଜବତ କରିଛି l ତେବେ ପୋଲିସକୁ ଦେଖି ଡ୍ରାଇଭର ଘଟଣାସ୍ଥଳରୁ ଜଙ୍ଗଲ ଦେଇ ଫେରାର ହୋଇଯାଇଥିଲା l ଏ ସମ୍ପର୍କରେ ଗୋଛାପଡା ଥାନା ପୋଲିସ ୧୧୦/୨୨ରେ ମାମଲା ରୁଜୁ କରି ତଦନ୍ତ କରୁଥିବା କଥା ଗୋଛାପଡା ଥାନା ପୋଲିସ ଅଧିକାରୀ ରଣଜିତ କୁମାର ମୁନି କହିଛନ୍ତି l ଥାନା ଅଧିକାରୀ ରଣଜିତ କୁମାର ମୁନିଙ୍କ କାର୍ଯ୍ୟଦକ୍ଷତା, ବିଶେଷ ଜ୍ଞାନ କୌଶଳ, ନିଷ୍ଠାପର ଉଦ୍ୟମ ଯୋଗୁଁ ଅଞ୍ଚଳରେ ଚାଲିଥିବା ବେଆଇନ ଗଞ୍ଜେଇ କାରବାର ଅନେକାଂଶରେ ରୋକାଯାଇ ପାରିଛି l ଗୋଛାପଡା ଅଞ୍ଚଳରେ ଦିନ ରାତି ପେଟ୍ରୋଲିଙ୍ଗ କରିବା ଫଳରେ ଗଞ୍ଜେଇ ମାଫିଆ ମାନେ ସାବାଡ଼ ହେବା ସଙ୍ଗେ ଅସାମାଜିକ କାର୍ଯ୍ୟ କଳାପ ପୂର୍ବାପେକ୍ଷା କମିଥିବା ଲକ୍ଷ୍ୟ କରାଯାଉଛି l

Leave A Reply

Your email address will not be published.