ମାରିୱାଡା ଛାତ୍ରବାସରରେ ଅବହେଳା ଅଭିଯୋଗରେ ଛାତ୍ରଙ୍କ ପ୍ରଶାସନର ଦ୍ଵାରସ୍ଥ ହେବା ଘଟଣା : ଘଟଣାର ତଦନ୍ତ ପାଇଁ ଥାନାର ଦ୍ଵାରସ୍ଥ ହେଲେ ଉଭୟ ପ୍ରଧାନ ଶିକ୍ଷକ ଓ ହଷ୍ଟେଲ ପରିଚାଳିକା

ମାଲକାନଗିରି ୦୬/୦୯ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅଧିନସ୍ଥ ମାରିୱାଡା ଗ୍ରାମ ପଞ୍ଚାୟତ ସଦର ଛାତ୍ରବାସରୁ ଚାଉଳ ହେରଫେର ସହ ଅନ୍ୟାନ୍ୟ ସମସ୍ୟା ନେଇ ଛାତ୍ର ମାନେ ବିଗତ ଦିନରେ ଜିଲ୍ଲା ପ୍ରଶାସନର ଦ୍ଵାରସ୍ଥ ହୋଇଥିବା ବେଳେ ଏଠାରେ ଚାଉଳ ବାହାରକୁ ନେଇ ବିକ୍ରି କରାଯାଉଥିବା ଅଭିଯୋଗକୁ ଭିତ୍ତି କରି ଉକ୍ତ ଚାଉଳ ଛାତ୍ରବାଶରୁ ବାହାରି କେଉଠିକୁ ଯାଇଛି ତାହାର ତଦନ୍ତ କରିବା ପାଇଁ ଥାନାରେ ଅଭିଯୋଗ କରିଛନ୍ତି ପ୍ରଧାନ ଶିକ୍ଷକ ଭଗବାନ ନାୟକ । ସେହିପରି ଏହି ମାମଲା ପରେ ସମ୍ପୃକ୍ତ ହଷ୍ଟେଲ ପରିଚଳିକା ରଞ୍ଜିତା ବେହେରା ମଧ୍ୟ ଥାନାରେ ଏକ ମାମଲା ଦେଇଥିବା ସହ ଘଟଣାର ସତ୍ୟା ସତ୍ୟ ତଦନ୍ତ ଆବଶ୍ୟକ ବୋଲି ପ୍ରକାଶ କରିଥିବା ଦେଖିବାକୁ ମିଳିଛି । ସୂଚନା ଥାଉକି ଗତ ମାସ ୨୨ତାରିଖ ଅପରାହ୍ନ ୩ଘଣ୍ଟିକା ସମୟରେ ଗୋଟିଏ ଅଟୋ ଗାଡି (ଗାଡି ନଂ୫୮୮୬) ମାଧ୍ୟମରେ ଆଶ୍ରମ ବିଦ୍ୟାଳୟ ମାରିୱାଡାରୁ ବାହାରକୁ ନିଆଯାଇଥିବା ଉକ୍ତ ହଷ୍ଟେଲରେ ରହୁଥିବା ଛାତ୍ର ମାନେ ଦେଖିଥିଲେ । ଏନେଇ ଚଳିତ ମାସ ୩ତାରିଖ ଦିନ ରାତିରେ ହଷ୍ଟେଲରୁ ଛାତ୍ର ମାନେ ବାହାରି ସକାଳୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପହଞ୍ଚି ଅଭିଯୋଗ ଜିଲ୍ଲା ମଙ୍ଗଳ ଅଧିକାରୀ କୃପା ସିନ୍ଧୁ ବେହେରାଙ୍କୁ ଅଭିଯୋଗ କରିଥିଲେ । ଛାତ୍ର ମାନଙ୍କୁ ଭେଟି ଶ୍ରୀ ବେହେରା ପିଲାଙ୍କୁ ବୁଝା ସୁଝା କରି ଛାତ୍ରବାସକୁ ଫେରାଇ ଆଣିବା ସହ ସେମାନଙ୍କ ଅଭିଯୋକୁ ନେଇ ତଦନ୍ତ କରି ଉଚିତ ପଦକ୍ଷେପ ନିଆଯିବ ବୋଲି ଛାତ୍ର ମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ତେବେ ଏହାପରେ ଏନେଇ ପ୍ରଧାନ ଶିକ୍ଷକ ଓ ହଷ୍ଟେଲ ପରିଚାଳିକା ଉଭୟ ଥାନାର ଦ୍ଵାରସ୍ଥ ହୋଇଛନ୍ତି ।

Leave A Reply

Your email address will not be published.