ସିର୍କାବର୍ଗ ଉନ୍ନୀତ ବିଦ୍ୟାଳୟ ମଧ୍ୟାହ୍ନ ଭୋଜନରେ ଦୁର୍ନୀତି ଅଭଯୋଗ

ଫୁଲବାଣୀ -୦୬/୦୯ ଅଧିକ ରୁ ଅଧିକ ଛାତ୍ର ଛାତ୍ରୀ ଯେପରି ସ୍କୁଲ ମୁହାଁ ହେବେ ସେଥିପାଇଁ ମାଗଣା ମଧ୍ୟାହ୍ନ ଭୋଜନ ସାଙ୍ଗକୁ ବହିପତ୍ର, ପୋଷାକ ସାଙ୍ଗକୁ ବୁଟସକସ ଦେବାର ବ୍ୟବସ୍ଥା କରିଛନ୍ତି ଏଥି ପାଇଁ ଅର୍ଥ ଅନୁଦାନର ବ୍ୟବସ୍ଥା ମଧ୍ୟ କରିଛନ୍ତି l ତେବେ ଦାଇତ୍ୱରେ ଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦୁର୍ନୀତି ପୁର୍ଣ ମନୋଭାବ, ରୁଗଣ ମାନସିକତା ଯୋଗୁଁ କେଉଁଠି ପିଲାଙ୍କୁ ଭାତ ସହ ପାଣି ଡାଲି, ତ ଆଉ କେଉଁଠି ଅଣ୍ଡା ଦିଆଯାଉନି l ସେହିପରି ନିମ୍ନମାନର ପୋଷାକ ପ୍ରଦାନ କରାଯାଉଛି l ପୋଷାକ ୨ ହଳ ଜାଗାରେ ହଳେ ଦିଆଯାଉଛି ଅଭିଯୋଗ କଲେ ଶୁଣୁଛି ବା କିଏ ? ମଧ୍ୟାହ୍ନ ଭୋଜନର ଏଭଳି ନଗ୍ନ ଚିତ୍ର ସାମନାକୁ ଆସିଛି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିର୍କାବର୍ଗ ଉନ୍ନୀତ ବିଦ୍ୟାଳୟରେ l ଭାତ ସାଙ୍ଗକୁ ହଳଦୀ ପାଣି ପରି ଦିଶୁଥିବା ତରକାରୀ ପିଲାଙ୍କୁ ଦିଆଯାଉଛି l ଭାତ ବି ବହୁତ କମ ଦିଆଯାଉଛି ପେଟ ପୁରୁନି l ସେ ପୁଣି ମୁକ୍ତ ଆକାଶ ତଳେ l ସ୍କୁଲରେ ପାଠ ପଢ଼ା କଥା ନ କହିବା ଭଲ l ଶିକ୍ଷକ ଦିନେ ଆସିଲେ ଦୁଇଦିନ ନାହିଁ l ପଞ୍ଚମ ଶ୍ରେଣୀ ପିଲାଙ୍କୁ ନିଜ ନାଁ କି ସ୍କୁଲ ନାଁ ବି ଲେଖି ଆସେନି l ଏଥିରୁ ଜଣାପଡୁଛି ପାଠ କେମିତି ପଢ଼ାଯାଉଛି l ଏଥି ପ୍ରତି ବ୍ଲକ ଶିକ୍ଷା ଅଧିକାରୀ ଦ୍ରୁଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି l

Leave A Reply

Your email address will not be published.