ପାଳନ ହେଲା ନାହିଁ ଗୁରୁ ଦିବସ, କେହିଜଣେ ହେଲେ ଶିକ୍ଷକ ଆସିଲେ ନାହିଁ ବିଦ୍ୟାଳୟ କୁ, ଉପହାସ ରହିଲେ ଅନ୍ତେବାସୀ

କାଲିମେଳା ଗୁରୁଦିବସରେ ଉପାସ ରହିଲେ ଅନ୍ତେବାସୀ ଛାତ୍ର ଛାତ୍ରୀ ଆସିଲେନି ଶିକ୍ଷକ କି ପାଳନ ହେଲାନି ଗୁରୁଦିବସ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଅନୁପସ୍ଥିତ ଯୋଗୁଁ ଆଜି ରୋଷେଇ ହୋଇନାହିଁ ବୋଲି ରୋଷେୟା କହିଛନ୍ତି । ହଷ୍ଟେଲ ଛାତ୍ରଛାତ୍ରୀଙ୍କୁ ସକାଳେ ଟିଫିନ୍ ଖାଇବାକୁ ଦିଆଯାଇଥିଲା କିନ୍ତୁ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ହୋଇନାହିଁ । ଏ ସଂପର୍କରେ ପ୍ରଧାନ ଶିକ୍ଷକ ମଙ୍ଗଳା ଚାଲାଣଙ୍କୁ ପଚାରିବାରୁ ଛାତ୍ର ଛାତ୍ରୀଙ୍କୁ ଚୁଡ଼ା ଖାଇବାକୁ ଦିଆଯାଇଛି ବୋଲି ଯୋଗାଯୋଗରେ ସେ କହିଛନ୍ତି । ବିଦ୍ୟାଳୟକୁ ଠିକ୍‌ ରୂପେ ଶିକ୍ଷକ ଆସୁନାହାନ୍ତି ଏବଂ ମାଟ୍ରନ ଦିଦି ଆମକୁ ଇଂରାଜୀ, ଗଣିତ ଓ ସାହିତ୍ୟ ପଢ଼ାଉଛନ୍ତି ବୋଲି ଛାତ୍ରଛାତ୍ରୀ କହିଛନ୍ତି । ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ଏହାର ତଦନ୍ତ କରି ପଦକ୍ଷେପ ନେବାକୁ ଦାବି ହେଉଛି । ଉପବାସରେ ଅନ୍ତେବାସୀ, ପାଳନ ହେଲାନି ଗୁରୁଦିବସ । କାଲିମେଳା ବ୍ଲକ ଅନ୍ତର୍ଗତ ଭେଜାଙ୍ଗିୱାଡ଼ା ସରକାରୀ ଆଶ୍ରମ ବିଦ୍ୟାଳୟରେ ଆଜି ମଧ୍ୟାହ୍ନଭୋଜନ ରୋଷେଇ ବନ୍ଦଥିବା ସହ ଗୁରୁଦିବସ ପାଳନ କରା ନ ଯିବା ଅଭିଯୋଗ ହୋଇଛି । ୧୧୫ ଛାତ୍ରଛାତ୍ରୀ ବିଶିଷ୍ଟ ଏହି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସମେତ ମୋଟ ୫ ଜଣ ଶିକ୍ଷକ ନିଯୁକ୍ତ ଅଛନ୍ତି । କିନ୍ତୁ ପବିତ୍ର ଗୁରୁ ଦିବସରେ କୈାଣସି ଶିକ୍ଷକ ବିଦ୍ୟାଳୟକୁ ନ ଆସିବାରୁ ଅପେକ୍ଷାରେ ଥିବା ଛାତ୍ରଛାତ୍ରୀମାନେ ଦିନ ଗୋଟାଏ ବେଳେ ନିଜ ଘରକୁ ଚାଲିଯାଇଥିଲେ । ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ପାଇଁ ଆଣିଥିବା କଲମଗୁଡ଼ିକୁ ଦେଇ ନ ପାରି ନିରାଶରେ ଘରକୁ ଫେରିଥିଲେ । ଅପରପକ୍ଷରେ ଆଜି ବିଦ୍ୟାଳୟର ମାଟ୍ରନ, ୱାର୍ଡେନ ଓ ରୋଷେଇଆ ଉପସ୍ଥିତ ଥିଲେ ସୁଦ୍ଧା ମଧ୍ୟାହ୍ନଭୋଜନ ରୋଷେଇ ହୋଇପାରି ନାହିଁ । ଯାହାଫଳରେ ହଷ୍ଟେଲ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ନ ପାଇ ଭୋକ ଉପବାସରେ ଦିନ କଟାଇଥିବା ବିଦ୍ୟାଳୟ ସଭାପତି ଏବଂ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଦିନ ଗୋଟାଏ ସୁଧା ଚୂଲି ଜଳି ନ ଥିବା ବେଳେ ମଧ୍ୟାହ୍ନଭୋଜନ ଦାୟିତ୍ବରେ ଥିବା ଶିକ୍ଷୟିତ୍ରୀ ମଧ୍ୟ ଅନୁପସ୍ଥିତ ଥିଲେ।ଏ ସଂକ୍ରାନ୍ତରେ ପଚା୍ରିବୁଝିବା ପାଇଁ ବାରମ୍ବାର କାଲିମେଳା ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ (ଡବ୍ଲୁୟ) ଶ୍ରୀ ଭରତ ଗୁରୁଙ୍କୁ ଫୋନ୍ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ କି କୈଣସୀ ପ୍ରତିକ୍ରିୟା ମିଳିପାରିନାହିଁ । ପୂର୍ବରୁ ମଧ୍ୟ ଅନେକ ଥର ବିନା ଛୁଟିରେ ବିଦ୍ୟାଳୟର ଶିକ୍ଷକ ମାନେ ଅନୁପସ୍ଥିତି ରହିଥିବା ନଜ୍ ଆସିଥିଲା ଓ ଏ ସମ୍ପର୍କରେ ବିଭିନ୍ନ ଖବର କାଗଜରେ ମଧ୍ୟ ଖବର ପ୍ରକାଶ ପାଇଛି। ଏ ନେଇ ବିଭାଗୀୟ ଅଧିକାରୀ ମାନେ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିବା ସହିତ ବିଦ୍ୟାଳୟର ପାଠପଢ଼ା ରୁ ଆରମ୍ଭ କରି ସମସ୍ତ ପରିଚାଳନା କିପରି ସୂଚାରୁରୂପେ ତୁଲାଇବେ ସେଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.