ଅଂଶୁମାନ ହେଲେ ୟୁଥ୍ ଫର୍ ଏକ୍ସନର ନୂତନ ରାଜ୍ୟ ସମ୍ପାଦକ

ଫୁଲବାଣୀ -୦୭/୦୯ ରାଜ୍ୟର ଏକ ପ୍ରମୁଖ ସଂଗଠନ ୟୁଥ୍ ଫର୍ ଏକ୍ସନର ନୂତନ ସମ୍ପାଦକ ଭାବେ ଦାଇତ୍ୱ ଗ୍ରହଣ କଲେ କନ୍ଧମାଳ ଫୁଲବାଣୀର ଅଂଶୁମାନ ପ୍ରିୟଦର୍ଶନ। ପୂର୍ବରୁ ସେ କନ୍ଧମାଳ ଜିଲ୍ଲାର ୟୁଥ୍ ଫର୍ ଏକ୍ସନର ଜିଲ୍ଲା ସଭାପତି ଭାବେ ଦାୟିତ୍ଵ ତୁଲାଇଥିଲେ। ତାଙ୍କ ସଂଗଠନର ନେତୃତ୍ଵ ତଥା କାର୍ଯ୍ୟକୁ ଆଖି ଆଗରେ ରଖି ସଂଗଠନର ରାଜ୍ୟ ସଭାପତି ଶ୍ରୀ ଦେବାଶିଷ ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ସୁଜିତ୍ ସିଂହ ଅଂଶୁମାନଙ୍କୁ ରାଜ୍ୟ ସମ୍ପାଦକ ଭାବେ ଏକ ଗୁରୁ ଦାୟିତ୍ଵ ପ୍ରଦାନ କରିଛନ୍ତି। ଏଥି ପାଇଁ ସେ ସଂଗଠନର ମୁଖିଆ ତଥା ସମସ୍ତ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ୍ ଦେବ ସହ ସେ ତାଙ୍କ ଦାୟିତ୍ଵକୁ ନିଜ ଦକ୍ଷତ୍ୟ ବଳରେ ସୁଚାରୁ ରୂପେ ତୁଲାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଅଂଶୁମାନଙ୍କ ଏହି ସଫଳତା ପାଇଁ ବୁଦ୍ଧିଜୀବୀଙ୍କ ମହଲରୁ ଶୁଭେଚ୍ଛାର ସୁଅ ଚୁଟିବ ସହ ଆଗାମୀ ଦିନରେ କିଭଳି ଅନ୍ୟ ସଫଳତା ପାଇ ପାରିବେ ସେଥି ପାଇଁ ଆଶୀର୍ବାଦ ପ୍ରଦାନ କରିଛନ୍ତି।

Leave A Reply

Your email address will not be published.