ପ୍ରେମିକକୁ ହତ୍ୟା, ୭ ଗିରଫ

ଫୁଲବାଣୀ ୦୭/୦୯ ପ୍ରେମ କରିବା ମହଙ୍ଗା ପଡ଼ିଲା l ଘରର ସମ୍ମାନ ରକ୍ଷା ପାଇଁ ପ୍ରେମିକାର ପରିବାର ହତ୍ୟା କଲେ ପ୍ରେମିକକୁ l ଆଉ ବସ୍ତାରେ ଶବକୁ ପୁରାଇ ଜଙ୍ଗଲରେ ଫୋଫlଡ଼ିଦେଲେ l ଏହି ମାମଲାରେ ପୋଲିସ ୭ଜଣକୁ ଆଜି ଗିରଫ କରିଛି l ସୂଚନା ଯୋଗ୍ୟ ଯେ, ଅଗଷ୍ଟ ୨ ୬ରେ ଶୁକଦେବ ଯୁବତୀକୁ ଭେଟିବା ପାଇଁ ତଳିପଡ଼ା ଆସିଥିବା ବେଳେ ଝିଅର ବାପା ସାହି ପଡିଶାଙ୍କୁ ଧରି ମାଡ଼ ମାରି ଥିଲେ ଫଳରେ ଘଟଣାସ୍ଥଳରେ ଶୁକଦେବର ମୃତ୍ୟୁ ହୋଇଥିଲା l ପରେ ଶବକୁ ଜରିବାବସ୍ତାରେ ବାନ୍ଧି ଜଙ୍ଗଲ ଭିତରେ ଫୋଫଡିଦେଇଥିଲେl ସୁକଦେବକୁ ନପାଇ ପରିବାର ଲୋକେ ଥାନାରେ ନିଖୋଜ ମାମଲା ଦାଏର କରିଥିଲେ l ତଦନ୍ତ ବେଳେ ଶୁକଦେବଙ୍କୁ ହତ୍ୟା କରାଯାଇଥିବା ନେଇ ପୋଲିସ ସୁରାକ ପାଇଥିଲା l ଏହାପରେ ଜଙ୍ଗଲରୁ ଶୁକଦେବର ଗଳିତ ଶବ ମିଳିଥିଲା l ଆଜି ବୁଧବାର ଏହି ମାମଲାରେ ଝିଅର ବାପା ଦୁଃଶାସନ ମଲ୍ଲିକଙ୍କ ସମେତ ୭ ଜଣଙ୍କୁ ବାଲିଗୁଡା ପୋଲିସ ଗିରଫ କରିଛି l

Leave A Reply

Your email address will not be published.