ଦିନେ ଥିଲେ ହାର୍ଡକୋର ମାଓବାଦୀ, ଆଜି ପଡ଼ୁଛି ହାତଗଣ୍ଠି

ନୂଆପଡ଼ା: ଦିନେ ଥିଲେ ହାର୍ଡକୋର ମାଓବାଦୀ। ଏବେ ସେମାନେ ସାଜିବେ ୭ ଜନ୍ମର ସୀଥୀ। ଖାସ୍ କଥା ହେଉଛି ଖୋଦ୍ ପୁଲିସ ପକ୍ଷରୁ ଏହି ବିବାହ ଉତ୍ସବ ଆୟୋଜନ କରାଯାଉଛି। ମାଓ ଆଦର୍ଶ ଓ ଅସ୍ତ୍ରକୁ ପରିତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ଏହି ଦୁଇ ବ୍ୟକ୍ତି ହେଲେ ଡାଲମତୀ କମାର ଓ ରାହୁଲ ମୁସାକି।

ସୂଚନା ମୁତାବକ, ନୂଆପଡା ଜିଲ୍ଲା ସିନାପାଲି ଥାନା କୁନ୍ଦେନଝରିଆ ଗାଁର ଡାଲମତୀ କମାର ଓରଫ୍ ମାଧୁରୀ ଗତ ୨୦୧୬-୧୭ରେ ମୈନପୁର ମାଓବାଦୀ ଡିଭିଜନରେ ଯୋଗଦାନ କରିଥିଲେ। କିନ୍ତୁ ସେଠାରେ ନିର୍ଯାତନା ସହି ନ ପାରି ନଭେମ୍ବର ୧୩ ତାରିଖରେ ନୂଆପଡ଼ା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ।

ସେହିପରି ଛତିଶଗଡର ରାହୁଲ ମୁସାକି ଓରଫ ପିଣ୍ଟୁ ଗତ ସେପଟେମ୍ବର ୨୦୨୧ରେ କନ୍ଧମାଲ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ସେ କେକେବିଏନ ମାଓ ସଂଗଠନରେ କାମ କରୁଥିଲେ। ଏମାନଙ୍କ ନାମରେ ଲକ୍ଷାଧିକ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା।

ବିବାହ କରୁଥିବା ଡାଲମତୀ କମାର ଓ ରାହୁଲ ମୁସାକି।

ହେଲେ ମାଓ ରାସ୍ତା ଛାଡ଼ିବା ପରେ ଦୁହେଁ ସମାଜର ମୁଖ୍ୟସ୍ରୋତକୁ ଫେରି ଆସିବା ସହ ପରସ୍ପରର ହାତ ଧରିବାକୁ ସ୍ଥିର କରିଥିଲେ। ସେମାନଙ୍କର ଏହି ନିଷ୍ପତ୍ତିକୁ ରୂପ ଦେବା ନିମନ୍ତେ ଆଜି ଜିଲ୍ଲା ପୁଲିସ ଉଦ୍ୟମ କରିଛି। ଦୁହେଁ ଆଜି ଧୁମଧାମ୍‌ରେ ବାହା ହେଉଛନ୍ତି। ପୁଲିସ ବିବାହ ଉତ୍ସବ ଆୟୋଜନ କରୁଛି। ଯାହା ସବୁ ମହଲରେ ପ୍ରଶଂସା ଓ ଅଲୋଚନାର ବିଷୟ ହୋଇଛି।

Leave A Reply

Your email address will not be published.