ପୂର୍ବତନ ସେନା ଅଧିକାରୀଙ୍କ ପରଲୋକ

ଫୁଲବାଣୀ -୦୮/୦୯ ଭାରତୀୟ ସେନା ପକ୍ଷରୁ ଶ୍ରୀଲଙ୍କାରେ ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ ଯୁଦ୍ଧରେ ସାମିଲ ହୋଇଥିବା ସେନାର ପୂର୍ବତନ କମିଶନଡ଼ ଅଫିସର ଅତୁଳ ଚନ୍ଦ୍ର ପ୍ରଧାନଙ୍କର ପରଲୋକ ହୋଇଯାଇଛି l ସ୍ବର୍ଗତ ପ୍ରଧାନ ୧୯୬୯ ମସିହାରେ ଭାରତୀୟ ସେନା ବାହିନୀରେ ଯୋଗ ଦେଇଥିଲେ l ସେହି ସମୟରେ ସେ ପାହାଡ଼ ପର୍ବତ ଘେରା କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଅଞ୍ଚଳରୁ ଯାଇ ସେନା ବାହିନୀରେ ଯୋଗ ଦେଇଥିଲେ l ତେବେ ସେହି ସମୟରେ ଶ୍ରୀଲଙ୍କା ଆତଙ୍କବାଦୀ ବିରୋଧରେ ହୋଇଥିବା ଯୁଦ୍ଧରେ ସାମିଲ ହୋଇଥିଲେ l ସେଠାରେ ଆତଙ୍କବାଦୀ ଦ୍ୱାରା ଖଞ୍ଜା ଯାଇଥିବା ଏକ ଲ୍ୟାଣ୍ଡ ମାଇନ ବିସ୍ଫୋରଣର ଶିକାର ହୋଇ ଗୁରୁତର ଆହତ ହୋଇଥିଲେ l ଏଥିରେ ତାଙ୍କୁ ବାମ ଗୋଡ଼ ହରାଇବାକୁ ପଡିଥିଲା l ଅବସର ପରେ ସେ ଜି. ଉଦୟଗିରି ନିଜ ଘରେ ରହୁଥିଲେ l ଆଜି ତାଙ୍କ ବାସଭବନରେ ପ୍ରାୟ ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି l ତାଙ୍କର ମୃତ୍ୟୁ ଖବର ଶୁଣି ବହୁ ବିଶିଷ୍ଟ ଵ୍ୟକ୍ତି, ସାଙ୍ଗ ସାଥି, ବନ୍ଧୁ ପରିଜନ, ଵାସଭବନକୁ ଯାଇ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ l ସ୍ବର୍ଗତ ପ୍ରଧାନ ଜଣେ ଶାନ୍ତ, ସରଳ, ମେଳାପୀ ଓ ପରାପକାରୀ ଵ୍ୟକ୍ତି ଥିଲେ l

Leave A Reply

Your email address will not be published.