କମଳାପଦର ଗ୍ରାମରେ ବ୍ୟାପିଲା ଜ୍ଵର, ଝାଡ଼ା

କାଲିମେଳା , ୮/୯ କାଲିମେଳା ବ୍ଲକ ତେଲାରାଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜଙ୍ଗଲ ଘାଟି ଅଞ୍ଚଳର କମଳାପଦର ଗ୍ରାମରେ ଏକ ସପ୍ତାହ ଧରି ଜ୍ଵର ଓ ଝାଡ଼ା ବ୍ୟାପିଥିବା ସୂଚନା ମିଳିଛି । ଅନେକ ଗ୍ରାମବାସୀ ଜ୍ଵର ଓ ଝାଡ଼ା ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି । କୌଣସି ସ୍ଵାସ୍ଥ୍ୟକର୍ମୀ ଏଠାରେ ପହଞ୍ଚି ନଥିବା ବେଳେ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ମଧ୍ୟ ଏନେଇ କୌଣସି ସୂଚନା ନ ଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଗ୍ରାମର ଦାନିମା ଗୋଲରୀ ଜ୍ଵର ଓ ଝାଡ଼ାରେ ଆକ୍ରାନ୍ତ ହୋଇ ଗୁରୁତର ହେବା ସହ ନିକଟସ୍ଥ ଆନ୍ଧ୍ରର ଡଙ୍କାରାଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ବୁଦୁରି ଖରା ଓ ସନ୍ୟାସୀ ଖରା ମେଡିକାଲ ଯାଇ ନପାରି ଘରେ ରହି ଘରୋଇ ଚିକିତ୍ସାରେ ଚିକିତ୍ସିତ ହେଉଛନ୍ତି । ଓ ଅନ୍ୟ ମାନଙ୍କ ମଧ୍ୟରେ ଏହି ରୋଗ ଧୀରେ ଧୀରେ ବ୍ୟାପିବାର ଆଶଙ୍କା ରହିଛି। ପାନୀୟ ଜଳ ଭାବେ ବ୍ୟବହାର କରୁଥିବା କୂଅର ଦୂଷିତ ପାଣି ଯୋଗୁଁ ଏହିପରି ରୋଗ ବ୍ୟାପିବାରେ ଗ୍ରାମବାସୀ ଅନୁମାନ କରୁଛନ୍ତି। ସ୍ବାସ୍ଥ୍ୟ ବିଭାଗ ପାଖରେ ଏହାର ଖବର ନାହିଁ । ନଳକୂପରୁ ଠିକରେ ପାଣି ବାହାରୁ ନଥ୍‌ରୁ କୂଅ ଜଳକୁ ବ୍ୟବହାର କରୁଥିବା ଗ୍ରାମବାସୀ କହିଛନ୍ତି । ଚଳିତ ବର୍ଷରେ ଏହି କୂଅରେ ବ୍ଲିଚିଙ୍ଗପାଉଡର ପକାଯାଇନଥିବା ମଧ୍ୟ ଗ୍ରାମବାସୀ କହିଛନ୍ତି । ତେବେ କେଉଁ କାରଣୁ ଜ୍ବର ଓ ଝାଡ଼ା ବ୍ୟାପୁଛି ତାହା ସ୍ବାସ୍ଥ୍ୟ କର୍ମଚାରୀଙ୍କ ଗସ୍ତ ପରେ ହିଁ ସୃଷ୍ଟ ହେବ ବୋଲି ଅଞ୍ଚଳବାସୀ କହିଛନ୍ତି । ବିଭାଗୀୟ କର୍ତ୍ତୃପକ୍ଷ ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।

Leave A Reply

Your email address will not be published.