ଅଧିକ୍ଷଣ ଯନ୍ତ୍ରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ଥାନାରେ ଏତଲା

ଫୁଲବାଣୀ -୦୮/୦୯ ଫୁଲବାଣୀ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଠିକା କାମ ବିଲ କରିବା ନେଇ କିଛି ଦୁର୍ବୁତ୍ତ କୁଆଡେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ସ୍ଥାନୀୟ ଟାଉନ ଥାନା ରେ ଅଧିକ୍ଷଣ ଯନ୍ତ୍ରୀ ଇଂ. ପ୍ରିୟବ୍ରତ ସାମନ୍ତରାୟ ଯନ୍ତ୍ରୀ ଓ କର୍ମଚାରୀଙ୍କ ଗହଣରେ ଆସି ଏତେଲା ଦେଇଛନ୍ତି l ସୂଚନା ଯୋଗ୍ୟ ଯେ, ଅଧିକ୍ଷଣ ଯନ୍ତ୍ରୀ ଇଂ. ସାମନ୍ତରାୟଙ୍କ ସରକାରୀ ବାସଭବନ ଭିତରେ ଯୋର ଜବରଦସ୍ତ କିଛି ଦୁର୍ବୁତ୍ତ ପଶି ଗାଳିଗୁଲଜ ପାଟିତୁଣ୍ଡ କରିଥିଲେ lପାଖରେ ଥିବା ଯନ୍ତ୍ରୀ ଇଂ ଶାନ୍ତନୁ କୁମାର ସ୍ୱାଇଁ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ମାରଧର କରିଥିଲେ l ଏଥିପୂର୍ବରୁ ମଧ୍ୟ ଏହି ବିଭାଗର ଜଣେ ଯନ୍ତ୍ରୀଙ୍କୁ କୋର୍ଟ ଛକ ନିକଟରେ ଜଣେ ଠିକାଦାର ଆକ୍ରମଣ କରିବା ସହ ଛୁରୀ ମାରିଥିଲା ଫଳରେ ଯନ୍ତ୍ରୀ ଜଣଙ୍କ ଆହତ ହୋଇଥିଲେ l ଏହାକୁ ନେଇ ଠିକାଦାର ସଙ୍ଘ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛି l ଏ ନେଇ ଟାଉନ ଥାନାରେ ତିନୋଟି ମାମଲା ହୋଇଥିଲେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ଶୂନ l ଅଧିକ୍ଷଣ ଯନ୍ତ୍ରୀ ସାମନ୍ତରାୟଙ୍କ କାର୍ଯ୍ୟଦକ୍ଷତା, ସଚୋଟତା, ଯୋଗୁଁ କମ ଦିନ ମଧ୍ୟରେ ପୂର୍ତ୍ତ ବିଭାଗ ଡିଭିଜନ ଅଧୀନରେ ଗମନାଗମନ କ୍ଷେତ୍ରରେ ଯଥେଷ୍ଟ ପରିବର୍ତନ ଆସିଛି l ତେବେ ଯନ୍ତ୍ରୀ ମାନଙ୍କ ଉପରେ ଆକ୍ରମଣ ବଢ଼ୁଥିବା ଓ ପୋଲିସ ସୁରକ୍ଷା ଯୋଗାଇ ଦେଉନଥିବାରୁ ସେମାନେ ନିଜକୁ ସୁରକ୍ଷିତ ମଣୁ ନଥିବା ଯୋଗୁଁ ଏଣିକି ଆଉ କାମ କରିବା ସମ୍ଭବ ହେବନି ବୋଲି କର୍ମଚାରୀ ଓ ଯନ୍ତ୍ରୀ କହୁଛନ୍ତି l ପୂର୍ତ୍ତ ବିଭାଗ ଯନ୍ତ୍ରୀ ଓ କର୍ମଚାରୀଙ୍କୁ ପୋଲିସ ସୁରକ୍ଷା ଯୋଗାଇଦେବା ସହ ପେଟ୍ରୋଲିଙ୍ଗ ବ୍ୟବସ୍ଥାକୁ କଡାକଡି କରିବାକୁ ଦାବି ହେଉଛି l

Leave A Reply

Your email address will not be published.