ଫିରିଙ୍ଗିଆ ପୋଲିସ ଦ୍ୱାରା ଟ୍ରାକ୍ଟର ସହ ଦେଢ଼ କୁଇଣ୍ଟାଲ ଗଞ୍ଜେଇ ଜବତ

ଫୁଲବାଣୀ -୦୮/୦୯ ଫିରିଙ୍ଗିଆ ପୋଲିସର ଦିନରାତି ପେଟ୍ରୋଲିଙ୍ଗ ସହ କଠିନ ପରିଶ୍ରମ ଗଞ୍ଜେଇ ଚୋରା ଚାଲାଣ ପୂର୍ବାପେକ୍ଷା କମିଥିଲେ ବି ସମ୍ପୂର୍ଣ ରୋକାଯାଇ ରିନି l ବିଭିନ୍ନ ସମୟରେ ଥାନାଧିକାରୀ ଶ୍ୟାମ ସୁନ୍ଦର ରାଓଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇ ଗାଡି ସହ ଗଂଜେଇ ଜବତ କରାଯାଉଛି l ଅଭିଯୁକ୍ତମାନଙ୍କୁ ଗିରଫ ବି କରୁଛି ପୋଲିସ l ଗତକାଲି ବୁଧବାର କୌଣସି ସୂତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ଶ୍ୟାମ ସୁନ୍ଦର ରାଓଙ୍କ ନେତୃତ୍ୱରେ କର୍ମଚାରୀ ମାନେ ମିଳିତ ଭାବେ ଚଢ଼ାଉ କରି ସାଡୀଙ୍ଗିଆ ପଞ୍ଚାୟତର କଟାପାଙ୍ଗା ଗ୍ରାମ ନିକଟରୁ ଟ୍ରାକ୍ଟର ସହ ଦେଢ଼ କଇଣ୍ଟାଲ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି l ତେବେ ପୋଲିସକୁ ଦେଖି ଅଭିଯୁକ୍ତ ଚମ୍ପଟ ମାରି ଦେବାରୁ ପୋଲିସ ଗିରଫ କରିପାରିନାହିଁ l ତେବେ ଅଭିଯୁକ୍ତ କଟାପାଙ୍ଗା ଅଞ୍ଚଳର ଚନ୍ଦ୍ର ମଣି ରଣା ବୋଲି ପୋଲିସ ଚିହ୍ନଟ କରିଥିବା କୁହାଯାଉଛି l ଅତିଶୀଘ୍ର ଅଭିଯୁକ୍ତକୁ ଗିରଫ କରିବାକୁ ଉଦ୍ୟମ କରା ଯାଉଥିବା ପୋଲିସ ସୂଚନା ଦେଇଛି l ଥାନାଧିକାରୀ ରାଓଙ୍କ ନିଷ୍ଠା ପର ଉଦ୍ୟମ, ଆନ୍ତରିକତା, କାର୍ଯ୍ୟଦକ୍ଷତା ତଥା ବିଶେଷ ଜ୍ଞାନ କୌଶଳ ଯୋଗୁଁ ଥାନା ଅଂଚଳ ରେ ଅସାମାଜିକ କାର୍ଯ୍ୟ କଳାପ ଓ ଗଞ୍ଜେଇ ଚୋରା ଚାଲାଣ ଢ଼େର କମିଥିବା କୁହାଯାଉଛି l ଅସାମାଜିକ ତତ୍ତ୍ୱ ଓ ଗଞ୍ଜେଇ ମାଫିଆ ନିଶ୍ଚିତ ସାବାଡ଼ ହେଇଛନ୍ତି ବୋଲି କୁହାଯାଇପାରେ l ଆଗକୁ ସମ୍ପୂର୍ଣ ଗଞ୍ଜେଇ ଚାଷ ଓ ଚୋରା କାରବାର ରୋକିବାରେ ଥାନା ଅଧିକାରୀ ଶ୍ୟାମ ସୁନ୍ଦର ରାଓ ସଫଳ ହେବେ ବୋଲି ଆଶା କରାଯାଉଛି l

Leave A Reply

Your email address will not be published.