ସଲାଗୁଡ଼ା ପ୍ରାଥମିକ ସ୍କୁଲ: ମନ ଇଚ୍ଛା ଆସୁଛନ୍ତି ଶିକ୍ଷକ, ପାଠପଢା ଶୁନ

ଫୁଲବାଣୀ -୦୮/୦୯ ସରକାର ପ୍ରାଥମିକ ଶିକ୍ଷାର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିଲେ ମଧ୍ୟ ଦୁର୍ନିତୀ ଗ୍ରସ୍ତ ଶିକ୍ଷକ, ପ୍ରଧାନଶିକ୍ଷକ ମାନଙ୍କ ଯୋଗୁଁ ଶିକ୍ଷାର ଆଶାନୁ ରୁପ ବିକାଶ ସମ୍ଭବ ହୋଇପାରୁନି l ଦୁର୍ଗମ ଅଂଚଳ ରେ ଥିବା ପ୍ରାଥମିକ ସ୍କୁଲ ଗୁଡିକୁ ପ୍ରଧାନଶିକ୍ଷକ ଓ ଶିକ୍ଷକ ନିୟମିତ ଯାଉନଥିବା ଅଭିଯୋଗ ହେଉଛି l ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ନିକଟ ସଲାଗୁଡ଼ା ପ୍ରାଥମିକ ସ୍କୁଲରୁ l ଏଠାରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ମାନେ ଏଠାରେ ଅବସ୍ଥାପିତ ପ୍ରଧାନ ଶିକ୍ଷକ କୁଆଡେ ନିୟମିତ ସ୍କୁଲ ଆସୁନାହାନ୍ତି l ନିଜ ମର୍ଜୀରେ ସ୍କୁଲ ଆସୁଥିବା ଓ ଯାଉଥିବା କଥା ଛାତ୍ର ଛାତ୍ରୀ ଅବିଭାବକମାନେ ଅଭିଯୋଗ କରିଛନ୍ତି l ସେହିପରି ପିଲାଙ୍କୁ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ପିଲାମାନେ ଅଭିଯୋଗ କରିଛନ୍ତି l ସେହିପରି ବହିପତ୍ର ଠିକ ସମୟରେ ନ ମିଳିବା ଫଳରେ ପିଲାଏ ପାଠପଢି ପାରୁନାହାନ୍ତି l ପୋଷାକ ବୁଟ ଆଦି ମଧ୍ୟ ନିମ୍ନମାନର ଦିଆଯାଉଥିବା ଅଭିଯୋଗ ହେଉଛି l ଏ ନେଇ ଅଭିଯୋଗ କଲେ ବି ଫଳ ଶୂନ l ନିକଟରେ ଅଭିଯୋଗ ପାଇ କିଛି ଗଣମାଧ୍ୟମ ପ୍ରତିନିଧି ବିଦ୍ୟାଳୟକୁ ଯାଇ ପଚରାଉଚରା କରିବାକୁ ଯାଇଥିବା ବେଳେ ବହୁ ଅଭିଯୋଗ ସାମନାକୁ ଆସିଥିଲା l ଏହି ବିଦ୍ୟାଳୟରେ ଚାଲିଥିବା ଦୁର୍ନିତୀ, ଅନିୟମିତତା ର ତଦନ୍ତ କରି କାର୍ଯ୍ୟlନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି l ଏ ସମ୍ପର୍କରେ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କ ମତାମତ ମିଳିପାରିନାହିଁ l

Leave A Reply

Your email address will not be published.