xmas

ଚିତ୍ରକୋଣ୍ଡା ଦିବ୍ୟ ଜୀବନ ସଂଘ ଆନୁକୂଲ୍ୟରେ ସ୍ୱାମୀ ଶିବାନନ୍ଦଙ୍କ ୧୪୫ତମ ଜନ୍ମଦିବସ ପାଳିତ

ଚିତ୍ରକୋଣ୍ଡା:-୦୮/୦୯-ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଚିତ୍ରକୋଣ୍ଡା ଦିବ୍ୟ ଜୀବନ ସଂଘ ଶାଖା ତରଫରୁ ସ୍ୱାମୀ ଶିବାନନ୍ଦ ମହାରାଜାଙ୍କ ୧୪୫ତମ ଜନ୍ମ ଦିବସ ପାଳିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ପ୍ରଭାତରୁ ସନ୍ଧ୍ୟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଜାରି ରହିଥିଲା l ଦିବ୍ୟ ଜୀବନ ସଂଘ ପକ୍ଷରୁ ଶିବାନନ୍ଦଙ୍କ ପାଦ ପୂଜା ସହିତ ଦିନ ତମାମ ଗୁରୁଜୀ ମହାରାଜଙ୍କ ପୂଜାର୍ଚ୍ଚନା, ଭଜନ କୀର୍ତ୍ତନ ଲାଗି ରହିଥିଲା l ସତସଙ୍ଗ ସହିତ ଆଳତି ପୂଜା କରାଯାଇ ମଧ୍ୟାହ୍ନରେ ପ୍ରଦାନ ସେବନ ପରେ ନାରାୟଣ ସେବା ମାଧ୍ୟମରେ ସଂଘ ତରଫରୁ ଦୁଖୀ ରଙ୍କି ମାନଙ୍କୁ ଖାଦ୍ୟ ସହ ବସ୍ତ୍ର ଦାନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ଚିତ୍ରକୋଣ୍ଡା ଦିବ୍ୟ ଜୀବନ ସଂଘ ଶାଖାର ସଦସ୍ୟ ଶଙ୍କର ଦାସ, ସୁରେଶ ଭାଇ, ଲଷ୍ମଣ ବେହେରା, ସୋମନାଥ ବେହେରା, ବିଜୟ ପଣ୍ଡା, ରବୀନ୍ଦ୍ର ରଥ, ସରସ୍ବତୀ ପାଢ଼ୀ, ଗୌରହରୀ ସାହୁ ଓ ମଦନ ଦାସ ପରିଚାଳନା କରିଥିଲେ l

Leave A Reply

Your email address will not be published.