କିଙ୍ଗ ଚାର୍ଲସ ସିଂହାସନରେ ବସିବା ପରେ ବ୍ରିଟେନ ଏବଂ ବ୍ରିଟେନବାସୀଙ୍କ ଜୀବନ ସହିତ ଜଡିତ ଅନେକ ଜିନିଷ ବଦଳିବାକୁ ଯାଉଛି । ଏଥିରେ ଜାତୀୟ ସଙ୍ଗୀତ, ଟଙ୍କା, ନୋଟ, ପୋଷ୍ଟାଲ ଷ୍ଟାମ୍ପ, ପୋଷ୍ଟବାକ୍ସ, ଏବଂ ପାସପୋର୍ଟ ଭଳି ଜିନିଷ ସାମିଲ ରହିଛି । ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକର ପରିଣାମ ସ୍ୱରୂପ ସାରା ୟୁନାଇଟେଡ କିଙ୍ଗଡମ ଏବଂ ରାଜ୍ୟଗୋଷ୍ଠୀର ବିଭିନ୍ନ ସଂସ୍ଥାନର ନାମ ମଧ୍ୟ ପରିବର୍ତ୍ତନ କରାଯିବ । କ୍ୱିନ୍ ଏଲିଜାବେଥ ଦ୍ୱିତୀୟଙ୍କ ଫଟୋ ସ୍ଥାନରେ ବର୍ତ୍ତମାନ କିଙ୍ଗ ଚାର୍ଲସ ତୃତୀୟଙ୍କ ଫଟୋ ଦେଶର ବିଭିନ୍ନ ପ୍ରତୀକରେ ନଜର ଆସିବ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଜିନିଷ ବଦଳିବା ପାଇଁ ଯାଉଛି ।
ୟୁନାଇଡେଟ କିଙ୍ଗଡମ ଏବଂ ଅନ୍ୟ କିଛି ଦେଶର ଟଙ୍କା ଏବଂ ବ୍ୟାଙ୍କ ନୋଟରେ ବର୍ତ୍ତମାନ କିଙ୍ଗ ଚାର୍ଲସଙ୍କ ପ୍ରତିକୃତୀ ରହିବ । ଏହି ପରିବର୍ତ୍ତନ ଇଷ୍ଟ କ୍ୟାରିବିଆନରୁ ଆରମ୍ଭ ହୋଇ କାନାଡା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ସହ ଅନ୍ୟ ଦେଶର ମୁଦ୍ରାରେ ମଧ୍ୟ ନଜର ଆସିବ । ଦ ଗର୍ଡିଆନରେ ପ୍ରକାଶିତ ରିପୋର୍ଟ ଅନୁସାରେ ବର୍ତ୍ତମାନ ୪.୫ ବିଲିୟନ ଷ୍ଟର୍ଲିଙ୍ଗ ବ୍ୟାଙ୍କ ନୋଟ ପ୍ରଚଳନ ରହିଛି, ଏଥିରେ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଫଟୋ ଚିତ୍ର ରହିଥିଲା । ଏହାର ମୋଟ ମୂଲ୍ୟ ୮୦ ବିଲିୟନ ୟୁରୋ । ଏହାକୁ ନୂଆ ସମ୍ରାଟଙ୍କ ଚେହେରାରେ ପରିବର୍ତ୍ତନ ପାଇଁ ପାଖାପାଖି ଦୁଇ ବର୍ଷ ସମୟ ଲାଗିବ । ନିକଟରେ ୫୦ ୟୁରୋର ନୂଆ ସିନ୍ଥେଟିକ ନୋଟ ଜାରି କରାଯାଇଥିଲା ତେଣୁ ବ୍ୟାଙ୍କ ଅଫ ଇଂଲଣ୍ଡକୁ ପୁରୁଣା ନୋଟ ଫେରାଇ ନେଇ ନୂଆ ନୋଟ ଜାରିକରିବାକୁ ୧୬ ମାସର ସମୟ ଲାଗିଥିଲା ।
୧୯୫୨ ମସିହାରେ ଯେତେବେଳେ ମହାରାଣୀ ସିଂହସନ ଆରୋହଣ କରିଥିଲେ ସେତେବେଳେ ବ୍ୟାଙ୍କ ନୋଟରେ ତାଙ୍କର ଫଟୋ ଛପାଯାଇନଥିଲା । ୧୯୬୦ ମସିହାରେ ଏହି ସ୍ଥିତିକୁ ବଦଳାଯାଇଥିଲା । ଯେତେବେଳେ ଏଲିଜାବେଥ ଦ୍ୱିତୀୟଙ୍କ ଚେହେରା ବ୍ୟାଙ୍କ ନୋଟରେ ଡିଜାଇନ ରବର୍ଟ ଅଷ୍ଟିନଙ୍କ ଦ୍ୱାରା ଡିଜାଇନ ହୋଇଥିଲା ସେତେବେଳେ ନୋଟ ଉପରେ ୧ୟୁରୋର ସଙ୍କେତ ଦିଆଯାଇଥିଲା । ଏହାକୁ ନେଇ ସେତେବେଳେ ଜୋରଦାର ଆଲୋଚନା ମଧ୍ୟ ହୋଇଥିଲା । କାନାଡାରେ ୨୦ ଡଲାରର କିଛି ନୋଟ, ନ୍ୟୁଜିଲାଣ୍ଡର କିଛି ଟଙ୍କା ଏବଂ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଷ୍ଟର୍ଣ୍ଣ କ୍ୟାରିବିଆନ ସହ ଅନ୍ୟ କିଛି ରାଜ୍ୟଗୋଷ୍ଠୀ ଦେଶ ଦ୍ୱାରା ଜାରିହୋଉଥିବା ଟଙ୍କା ଏବଂ ନୋଟରେ ରାଣୀଙ୍କ ଚେହେରା ଦେଖାଯାଇଥାଏ ।
ସେହିଭଳି ବ୍ରିଟେନର ଜାତୀୟ ସଙ୍ଗୀତ ଗଡ୍ ସେଭ ଦ କ୍ୟୁନ୍ ସ୍ଥାନରେ ବର୍ତ୍ତମାନ ଗଡ୍ ସେଭ ଦ କିଙ୍ଗକୁ ପରିବର୍ତ୍ତନ କରାଯିବ । ୧୯୫୨ ମସିହାରୁ ଗଡ୍ ସେଭ ଦି କ୍ୟୁନକୁ ଜାତୀୟ ସଙ୍ଗୀତ ଭାବେ ଗାନ କରାଯାଉଥିଲା । କାରଣ କିଙ୍ଗ ଜର୍ଜଙ୍କ ମୃତ୍ୟୁ ପରେ ମହାରାଣୀ ଏଲିଜାବେଥ ଦ୍ୱିତୀୟ ରାଣୀ ହୋଇଥିଲେ ଏବଂ ୨୦୨୨ ସେପ୍ଟେମ୍ବର ୮ ଯାଏ ସିଂହାସନରେ ବିରାଜମାନ ହୋଇଥିଲେ । ଏହିଭଳି ଭାବେ ୭୦ ବର୍ଷ ପରେ କୌଣସି ପୁରୁଷ ବ୍ରିଟେନର ରାଜଗାଦି ସମ୍ଭାଳିବାକୁ ଯାଉଛନ୍ତି । ଏହା ନ୍ୟୁଜିଲାଣ୍ଡର ମଧ୍ୟ ଜାତୀୟ ସଙ୍ଗୀତ । ସେହିଭଳି ଅଷ୍ଟ୍ରେଲିଆ ଏବଂ କାନାଡାର ରୟାଲ ଆନ୍ଥେମ ମଧ୍ୟ ।
ବ୍ରିଟିଶ ପାସପୋର୍ଟର ଭିତର ପାଶ୍ୱର୍ରେ କଭରରେ ଲେଖାଯାଉଥିବା ଶବ୍ଦକୁ ମଧ୍ୟ ପରିବର୍ତ୍ତନ କରାଯିବ । କାରଣ ଏହା କ୍ରାଉନର ନାମରେ ହିଁ ଜାରି କରାଯାଇଥାଏ । ଏହାର ଭିତର ପାଶ୍ୱର୍ରେ ଲେଖାଯାଇଥାଏ ଯେ ‘ବ୍ରିଟେନର ମହାରାଣୀଙ୍କ ତରଫରୁ ସେକ୍ରେଟାରୀ ଅଫ୍ ଷ୍ଟେଟସ ଆପଣଙ୍କୁ ଅନୁରୋଧ କରୁଛନ୍ତି ଯେ ପାସପୋର୍ଟ ଧାରକ ବିନା କୌଣସି ବାଧାରେ ସ୍ୱତନ୍ତ୍ର ଭାବେ ଯାଇପାରିବେ’ । ସେହିଭଳି ସମସ୍ତ ପ୍ରକାରର ସହାୟତା, ସୁରକ୍ଷା ପ୍ରଦାନ କରାଯାଉ ଯାହାର ଆବଶ୍ୟକତା ରହିଛି । ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, କାନାଡାର ପାସପୋର୍ଟରେ ମଧ୍ୟ ଏହିଭଳି ଲେଖାରହିଥାଏ । ଔପଚାରିକ ସମାରୋହରେ ରାଜ୍ୟର ପ୍ରମୁଖଙ୍କୁ ସମ୍ବୋଧନ ବେଳେ ବର୍ତ୍ତମାନ ଦ କ୍ୟୁନ୍ ବଦଳରେ ଦ କିଙ୍ଗ କୁହାଯିବା