ଭୁବନେଶ୍ୱରଠାରୁ ଗୁଟିଙ୍ଗିଆ ବସର ଶୁଭାରମ୍ଭ

ଫୁଲବାଣୀ -୦୯/୦୯ ଶୁକ୍ରବାର ଆଜିଠୁ ଟିକାବାଲି ବ୍ଲକ ଗୁଟିଙ୍ଗିଆ ଠାରୁ ରାଜଧାନୀ ଭୁବନେଶ୍ୱର ଚମ୍ପତି ନାମକ ଏକ ବେସରକାରୀ ବସର ଶୁଭାରମ୍ଭ ହୋଇଛି l ଏହି ରୁଟ ରେ ବସ ଚଳାଚଳ ପାଇଁ ଅଞ୍ଚଳବାସୀ ଦୀର୍ଘଦିନ ହେଲା ଦାବି କରି ଆସୁଥିଲେ l ଏହି ବିଳାସପୁର୍ଣ ବସ ଟି ଗୁଟିଙ୍ଗିଆରୁ ସକାଳ ଚାରିଟା ପାଞ୍ଚ ମିନିଟରୁ ବାହାରି କାଇଁଝର, ଶଙ୍କରାଖୋଲ, ଟିକାବାଲି, ଚକାପାଦ, ଦଶପଲ୍ଲା, ଗଣିଆ, କଣ୍ଟିଲୋ ଦେଇ ଭୁବନେଶ୍ୱର ଯିବା ଆସିବା କରିବ ବୋଲି ଜଣାପଡିଛି l ସେହିପରି ଭୁବନେଶ୍ୱରରୁ ଗୋଟାଏ କୋଡିଏ ମିନଟରେ ବରମୁଣ୍ଡା ବସଷ୍ଟାଣ୍ଡରୁ ଛାଡିବ l ଏହି ବସ ଦ୍ୱାରା ଅଂଚଳ ର ଶହ ଶହ ଯାତ୍ରୀ ଉପକୃତ ହେବେl ଫଳରେ ଜିଲ୍ଲା ପରିବହନ ଅଧିକାରୀ ଗତି କୃଷ୍ଣ ସାମନ୍ତରାୟଙ୍କୁ କୃତଜ୍ଞତା ଜଣାଇଛନ୍ତି ଅଞ୍ଚଳବାସୀ l

Leave A Reply

Your email address will not be published.