ମୟୁରଭଞ୍ଜ, ୦୯-୦୯-୨୦୨୨: ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅଧିନ ବାଇଗଣବାଡି଼ଆ ପଞ୍ଚାୟତ ଭୋଳଗଡ଼ିଆ ଗ୍ରାମରେ ବଜ୍ରାଘାତର ଶିକାର ହୋଇ ଜଣେ ୫୨ ବର୍ଷୀୟ ମହିଳା ମୃତ୍ୟୁବରଣ କରିଥିବା ଜଣାଯାଇଛି । ସୂଚନାନୁସାରେ ଭୋଳଗଡ଼ିଆ ଗ୍ରାମର ଦାକ୍ଷିନ ସରେନଙ୍କ ପତ୍ନୀ ସିନଗୋ ସରେନ ଆଜି ଗାଈ ଚରାଇବାକୁ ପାଖ ପଡିଆକୁ ଯାଇଥିଲେ। ତେବେ ମଧ୍ୟାହ୍ନ ସମୟରେ ବର୍ଷା ହେବା ଯୋଗୁଁ ସେମାନେ ପଡ଼ିଆରୁ ଘର ଅଭିମୁଖେ ଆସୁଥିବା ବେଳେ ଆକସ୍ମିକ ବଜ୍ରପାତ ଘଟିଥିଲା । ଏହି ବଜ୍ରପାତରେ ଶିକାର ହୋଇଥିଲେ ସ୍ତ୍ରୀ ସିନଗୋ ଏବଂ ପଡ଼ିଆରେ ଟଳି ପଡ଼ିଥିଲେ। ଫଳରେ ସିନଗୋଙ୍କ ପରିବାରକୁ ଖବର ଦେଇଥିଲେ ସାଥି ଗାଈ ଚରାଳି। ପରବର୍ତ୍ତୀ ସମୟରେ ପରିବାର ଲୋକେ ତାଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ ଏବଂ ହସ୍ପିଟାଲକୁ ଆଣିଥିବା ବେଳେ ଡାକ୍ତର ସିନଗୋଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଘଟଣା ସଂମ୍ପର୍କରେ ସୁଚନା ପାଇ କୁଳିଅଣା ଥାନା ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାଯାଇଛି ।
Sign in
Sign in
Recover your password.
A password will be e-mailed to you.