xmas

କରଡ଼ା ଜଙ୍ଗଲ ବିଭାଗ ରେଞ୍ଜ ଟ୍ରକ ସହ ଶାଳ ଗଣ୍ଡି ଜବତ

ଫୁଲବାଣୀ -୦୯/୦୯ ଫୁଲବାଣୀ ଜଙ୍ଗଲ ବିଭାଗ ଡିଭିଜନ ଅନ୍ତର୍ଗତ କରଡ଼ା ରେଞ୍ଜ ଅଫିସରଙ୍କୁ ମିଳିଛି ସଫଲତା l ଶୁକ୍ରବାର କରଡ଼ା ରେଞ୍ଜ କର୍ମଚାରୀମାନେ କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରି ଟ୍ରକ ସହ ଶାଳ କାଠ ଗଣ୍ଡି ଜବତ କରିବା ସହ ଏ ସମ୍ପର୍କରେ ଦୁଇଜଣଙ୍କୁ ଗିରଫ କରିଛି l ଗିରଫ ଦୁଇଜଣ ହେଲେ ଅମୁତୁଲ ଗ୍ରାମର ମହାଦେବ ବିଶୋଇ, ୫୬ ବର୍ଷ ଓ ବଡ଼ଗଡ଼ ଗ୍ରାମର ଭଗବାନ ବେହେରା ୩୧ ବର୍ଷ ବୋଲି ରେଞ୍ଜର ବିରଞ୍ଚି ନାରାୟଣ ପଣ୍ଡା କହିଛନ୍ତି l ଏମାନେ ରଣବା ସେକ୍ସନ ଅନ୍ତର୍ଗତ ଡ଼େଙ୍ଗାଖମାଣ ଜଙ୍ଗଲରୁ ଶାଳ ଗଛ ସବୁ କାଟି ଟ୍ରକରେ ଲୋଡ଼ କରି ଚାଲାଣ କରୁଥିବା ବେଳେ ବନ ବିଭାଗ ଚଢ଼ାଉ କରି ଜବତ କରିଥିଲାl ବନପାଳ ସୁବାସ ଦିଗଲ, ବନରଖି ଅକ୍ଷୟ କହଁର, ଚଢ଼ଉ ବେଳେ ସହଯୋଗ କରିଥିଲେ l ଏ ନେଇ ବନ ବିଭାଗ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦୁଇଜଣଙ୍କୁ କୋର୍ଟ ଚାଲାଣ କରିଛି l ରେଞ୍ଜ ଅଫିସର ବିରଞ୍ଚି ନାରାୟଣ ପଣ୍ଡାଙ୍କ ସଠିକ ସମୟରେ ସଠିକ ପଦକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇପାରିଛି l ଏହା ବ୍ୟତୀତ ମାଓ ଇଲାକା ଭାବେ ପରିଚିତ କରଡ଼ା, ରଣବା, ସାନବାରବା, ବଡ଼ବା ରବା ଭଳି ଘଞ୍ଚ ଜଙ୍ଗଲର ସୁରକ୍ଷା କରିବା ସହ ନୂତନ ଜଙ୍ଗଲ ସୃଷ୍ଟି, ବ୍ୟାପକ ବୃକ୍ଷରୋପଣ, ବନ୍ୟ ପ୍ରାଣୀ ସୁରକ୍ଷା, ନିଆଁ ଦାଉରୁ ଜଙ୍ଗଲ ସୁରକ୍ଷା କରିବା ଦିଗରେ ରେଞ୍ଜର ପଣ୍ଡାଙ୍କ କାର୍ଯ୍ୟ ଅତୁଳନୀୟ l ରେଞ୍ଜର ପଣ୍ଡାଙ୍କ ନିଷ୍ଠାପର ଉଦ୍ୟମ, କାର୍ଯ୍ୟଦକ୍ଷତା, ବିଶେଷ ଜ୍ଞାନ କୌଶଳ, ସଚୋଟତା ଯୋଗୁଁ ଜଙ୍ଗଲ ସୁରକ୍ଷା ସମ୍ଭବହେବା ସହ ଚୋରା କାଠ ମାଫିଆ ମାନେ ସାବାଡ଼ ହେବା ସହ କାଠ ଚୋରା କାରବାର ମଧ୍ୟ ଅନେକାଂଶରେ ରୋକାଯାଇପାରିଛି l

Leave A Reply

Your email address will not be published.