୫-ଟି ସ୍କୁଲର ରକ୍ଷଣାବେକ୍ଷଣ କରିବେ ସ୍ୱଂୟ ସହାୟକ ଗୋଷ୍ଠୀ । ସୁରକ୍ଷା, ପରିଚ୍ଛନ୍ନତା ଓ ଆସବାବପତ୍ରର ଦାୟିତ୍ୱ ନେବେ ଏସଏଚଜି ମହିଳା

ରାଜ୍ୟ ସରକାରଙ୍କ ସଫଳ ଯୋଜନା ଭିତରେ ‘୫ଟି’ ସ୍କୁଲ ରୂପାନ୍ତରଣ ଅନ୍ୟତମ ।ଏହା ରାଜ୍ୟ ସରକାରଙ୍କ ଏକ ଆଦର୍ଶ ଯୋଜନା । ୫ଟି-ରେ ରୂପାନ୍ତରିତ ସ୍କୁଲ ଗୁଡିକ ଘରୋଇ ସ୍କୁଲ ଗୁଡିକ ସମକକ୍ଷ ହୋଇପାରିଛି ବୋଲି କୁହାଯାଉଛି । ତେଣୁ ଏହି ସ୍କୁଲ ଗୁଡିକର ରକ୍ଷଣାବେକ୍ଷଣ ପାଇଁ ଏବେ ପଞ୍ଚାୟତିରାଜ ବିଭାଗ, ମିଶନ ଶକ୍ତି ଓ ସ୍କୁଲ ଏବଂ ଗଣଶିକ୍ଷା ବିଭାଗର ମିଳିତ ସହଭାଗିତାରେ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି ।

ଏସଏଚଜି ମହିଳାଙ୍କୁ ସ୍କୁଲ ଦାୟିତ୍ୱ
୫-ଟି ସ୍କୁଲର କରିବେ ରକ୍ଷଣାବେକ୍ଷଣ
ଏଣିକି ରାଜ୍ୟ ସରକାରଙ୍କ ‘୫ଟି’ ଉପକ୍ରମରେ ରୂପାନ୍ତରିତ ସରକାରୀ ସ୍କୁଲଗୁଡିକର ଦାୟିତ୍ୱ ଏସଏଚଜିର ମହିଳାଙ୍କ ହାତରେ ରହିବ । ଏଥିପାଇଁ ପଦକ୍ଷେପ ନେବାକୁ ଓସେପା ପକ୍ଷରୁ ଜାରି କରାଯାଇଛି ନିର୍ଦ୍ଦେଶନାମା । ଓସେପା ପକ୍ଷରୁ ମୋ ସ୍କୁଲ ଅଧକ୍ଷା ଓ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଜାରି କରାଯାଇଥିବା ଚିଠିରେ ୫-ଟି ସ୍କୁଲର ରକ୍ଷଣାବେକ୍ଷଣ ପାଇଁ ଏସଏଚଜି ମହିଳାମାନଙ୍କୁ ଦାୟିିତ୍ୱ ଦେବାକୁ ସ୍ପଷ୍ଟ ଭାବରେ ନିର୍ଦ୍ଦେଶ ଦିଆଯାଇଛି । ଚିଠିରେ କୁହାଯାଇଛି…

ଏସଏଚଜି ମହିଳା ୫-ଟି ସ୍କୁଲ ଗୁଡିକର ରକ୍ଷଣାବେକ୍ଷଣ କରିବେ
ସ୍କୁଲ ହତାକୁ ସୁରକ୍ଷା ଦେବେ, ଆସବାବପତ୍ରର ଯତ୍ନ ନେବେ, ପରିଷ୍କାର ପରିଛନ୍ନ ରଖିବେ
ମାସିକ ଅତିକମରେ ୧୦ରୁ ୧୫ ଦିନ କାମ ଦିଆଯିବ
ଦୈନିକ ମିଳିବ ୨୧୫ଟଙ୍କା
ଏସଏଚଜି ମହିଳାମାନଙ୍କୁ ପାରିଶ୍ରମିକ ବାବଦରେ ପଞ୍ଚାୟତିରାଜ ବିଭାଗର ମନରେଗା ଯୋଜନାର ଧାର୍ଯ୍ୟ ନିୟମ ଅନୁସାରେ ଦୈନିକ ୨୧୫ଟଙ୍କା ହିସାବରେ ଦରମା ଦିଆଯିବ । ମୋ-ସ୍କୁଲ ପାଣ୍ଠିରୁ ଟଙ୍କା ଖର୍ଚ୍ଚ କରିବାକୁ ଚିଠିରେ କୁହାଯାଇଛି । ହେଲେ କେତେ ଟଙ୍କା ଖର୍ଚ୍ଚ କରାଯିବ ତାହା ସ୍ପଷ୍ଟ କରାଯାଇନାହିଁ । ସ୍କୁଲ ପିଛା କେତେ ଜଣ ଏସଏଚଜି ମହିଳାଙ୍କୁ ନିଯୁକ୍ତି ଦିଆଯିବ ତାହା ମଧ୍ୟ ସ୍ପଷ୍ଟ କରାଯାଇ ନାହିଁ । କିନ୍ତୁ ଆବଶ୍ୟକତା ଅନୁସାରେ ସ୍କୁଲର ପ୍ରଧାନଶିକ୍ଷକ ଓ ଜିଲ୍ଲାପ୍ରଶାସନ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଓସେପାର ବରିଷ୍ଠ ଅଧିକାରୀ । ପଞ୍ଚାୟତିରାଜ ବିଭାଗ, ମିଶନ ଶକ୍ତି ଓ ସ୍କୁଲ ଏବଂ ଗଣଶିକ୍ଷା ବିଭାଗର ମିଳିତ ସହଭାଗିତାରେ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି ।

୫-ଟି ଅଧୀନରେ ଦୁଇଟି ପର୍ଯ୍ୟାୟରେ ରାଜ୍ୟର ପ୍ରାୟ ୪ ହଜାରରୁ ଅଧିକ ସ୍କୁଲର ରୂପାନ୍ତରଣ କରାଯାଇଛି । ତେଣୁ ଏବେ ପ୍ରଶ୍ନ ଉଠୁଛି ରାଜ୍ୟରେ ପ୍ରାୟ ୭୦ଲକ୍ଷ ମହିଳା ଏସଏଚଜି ସହ ଜଡିତ ଥିବାରୁ ଏତେ କମ୍ ସ୍କୁଲରେ ସେମାନଙ୍କୁ କେମିତି କାମ ଦିଆଯିବ । ଏହି ଯୋଜନାରେ କେତେ ଜଣଙ୍କୁ କାମ ଦିଆଯିବ ତାହା ସ୍ପଷ୍ଟ ହୋଇନଥିବାରୁ ତାହା ଦ୍ୱନ୍ଦ୍ୱ ସୃଷ୍ଟି କରିଛି ।

Leave A Reply

Your email address will not be published.