xmas

ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା

ଫୁଲବାଣୀ -୦୯/୦୯ ଫୁଲବାଣୀ ମୁଖ୍ୟ ଡାକ୍ତରଖାନା ପରିସରରେ ଓ ପିଡି- ୨ ରୁମ ନମ୍ବର ୫ରେ ଫୁଲବାଣୀ ଜିଲ୍ଲାର ବରିଷ୍ଠ ନାଗରିକ ମାନଙ୍କ ଚିକିତ୍ସା ନିମନ୍ତେ ଏକ ସ୍ୱତନ୍ତ୍ର କୋଠରୀ ଖୋଲା ଯାଇଛି । ଡାକ୍ତର ସୁଶ୍ରୀତ କୁମାର ସାହୁଙ୍କୁ ବରିଷ୍ଠ ନାଗରିକ ମାନଙ୍କ ଚିକିତ୍ସା ନିମନ୍ତେ ଦାୟିତ୍ୱ ଦିଆଯାଇଛି । ସେ ଉପସ୍ଥିତ ରହି ବରିଷ୍ଠ ନାଗରିକ ମାନଙ୍କ ଚିକିତ୍ସା କରିବେ l କନ୍ଧମାଳ ଜିଲ୍ଲା ବରିଷ୍ଠ ସଚେତନ ନାଗରିକ ମଞ୍ଚ ଓ ମିଳିତ ନାଗରିକ ମଞ୍ଚ ସଭାପତି ଡ଼ଃ. ଅରୂପ କୁମାର ଜେନା କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରିଙ୍କୁ ସାକ୍ଷାତ କରି ବରିଷ୍ଠ ନାଗରିକଙ୍କ ନିମନ୍ତେ ଜଣେ ସ୍ୱତନ୍ତ୍ର ଡାକ୍ତରଙ୍କ ସହ ସ୍ୱତନ୍ତ୍ର କୋଠରୀ ପାଇଁ ଦାବି କରି ଆସୁଥିଲେ । ଫଳରେ ସ୍ୱାସ୍ଥ୍ୟ ବିଭାଗ ଏହି ଦାବିକୁ ଯଥାର୍ଥ ମନେ କରି ବରିଷ୍ଠ ନାଗରିକ ମାନଙ୍କ ଏକ ସ୍ୱତନ୍ତ୍ର କୋଠରୀ ସହ ସ୍ୱତନ୍ତ୍ର ଡାକ୍ତରଙ୍କ ବ୍ୟବସ୍ଥା କରିଛନ୍ତି l ଫଳରେ ଜିଲ୍ଲା ବରିଷ୍ଠ ସଚେତନ ନାଗରିକ ସଂଘ, ମିଳିତ ନାଗରିକ ମଞ୍ଚ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ,ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରି ଡା. ମନୋଜ ଉପାଧ୍ୟାୟ ଓ ବରିଷ୍ଠ ମାନଙ୍କ ସ୍ୱତନ୍ତ୍ର ଚିକିତ୍ସା ଦାୟିତ୍ବ ଗ୍ରହଣ କରିଥିବା ଡାକ୍ତର ସାହୁଙ୍କୁ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.