ଜିଲ୍ଲା ଯୁବ ବିଜେଡ଼ି ସଭାପତିଙ୍କ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ସ୍ୱାସ୍ଥ୍ୟ ସେବା ସଂପର୍କରେ ପଚାରିବୁଝିଲେ

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ସଦରରେ ଥିବା ଗୋଷ୍ଠୀ ଚିକିତ୍ସାଳୟକୁ ଆଜି ଜିଲ୍ଲା ଯୁବ ବିଜୁ ଜନତା ଦଳର ସଭାପତି ଶ୍ରୀ ଆଡ଼ମା ରାବା ଗସ୍ତ କରି ବିଭିନ୍ନ ବିଷୟରେ ସମୀକ୍ଷା କରିଛନ୍ତି । ଏହି ସମୟରେ ସେ ଚିକିତ୍ସାଳୟରେ ଡେଙ୍ଗୁ ରୋଗୀଙ୍କୁ ଉପଯୁକ୍ତ ସେବା ଯୋଗାଇବା ସହ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସେ ଡାକ୍ତର ଓ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ । ଏହାସହ ସେ ଅନ୍ୟ ରୋଗୀଙ୍କ ସହ ମଧ୍ୟ ସେମାନଙ୍କୁ ମିଳୁଥିବା ସ୍ୱାସ୍ଥ୍ୟ ସେବା ବିଷୟରେ ପଚାରି ବୁଝିଥିଲେ । ଏହି ଅବସରରେ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅବିଦ ହୁସେନ, ଜିଲ୍ଲା ପରିଷଦ ସଦସ୍ୟା ମମତା ପଡିଆମୀ, କାଲିମେଳା ସରପଞ୍ଚ ପୃଥିବୀ ରାଜ ମାଝୀ, କାଲିମେଳା ବ୍ଲକ ସାଂସଦ ପ୍ରତିନିଧି ଇ. ଭେଙ୍କଟ ରାଓ, ଯୁବ ନେତା ସୁନୀଲ ଦେ, ଭୋବେନ୍ ବାଛାର, ଛାତ୍ର ନେତା ଏ ରାଜୁ ରାଓ, ଜିଲ୍ଲା ମିଡିଆ ସଂଯୋଜକ ମନୋଜ ପଟ୍ଟନାୟକ ବାବୁ ଵାଛାର, ସଞ୍ଜୁ ସରକାର, ସନ୍ଦୀପ ଲେଙ୍କା, ସୁଭଜିତ୍ ବାଲା, ପଟୁ ହରିଜନ, ସୁମନ୍ତ ବାଲା, ପ୍ରେମା ସରକାର, ପ୍ରମୁଖଙ୍କ ସହ ଜିଲ୍ଲା ଯୁବ ବିଜୁ ଜନତା ଦଳର ଅନେକ ନେତା ଓ କର୍ମି ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.