କାଲିମେଳା ବ୍ଲକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ଅଳ୍ପକେ ବର୍ତିଲେ ପରିବାରବର୍ଗ

କାଲିମେଳା: ସୂଚନା ମୁତାବକ ଗତକାଲି ସନ୍ଧ୍ୟା ୫.୩୦ ମିନିଟରେ ଘଟିଛି ଘଟଣା। ଯେ ସେ ଚିତ୍ରକୋଣ୍ଡା ନିଜ ଘରକୁ ଯାଇ ଫେରୁଥିବା ସମୟରେ କାଲିମେଳା ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ ସାମ୍ନାରେ ଥିବା ଗୋଟିଏ ନାଳ ଭିତରେ ପଶିଯାଇଥିଲା ତାଙ୍କର ଅଡି ୩୦ସି ୮୪୨୦ ନମ୍ବର ବିଶିଷ୍ଟ ସିଲଭର ରଙ୍ଗର ମାରୁତି ସୁଜିକି କମ୍ପାନୀର ବ୍ରେଜା କାର ଭିତରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବସନ୍ତ କୁମାର ବେହେରା ଓ ତାଙ୍କ ପତ୍ନୀ ଓ ଛୋଟିଆ ଶିଶୁ ମଧ୍ୟ୍ୟ ରହିଥିଲେ ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇ ନଥିବା ବେଳେ କାରର ସମ୍ମୁଖରେ ଓ ବାମ ପାଖରେ ମାଡ ବାଜିଛି। ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଉଦ୍ଧାର ହେଲେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପରିବାର | କିନ୍ତୁ ଦୁର୍ଘଟଣାରେ ତାଙ୍କର ଓ ତାଙ୍କ ପରିବାର ସୁରକ୍ଷିତ ଥିବା ଜଣାପଡିଛି | ଘଟଣା ସମୟରେ ବର୍ଷା ଜୋରରେ ହେଉଥିଲା ଓ ଦୁର୍ଘଟଣାଟି କିପରି ହେଲା ତାହା ସ୍ପଷ୍ଟ ଜଣା ପଡ଼ିନାହିଁ ।

Leave A Reply

Your email address will not be published.