ବନାନୀ କଳା ସଙ୍ଗମ ବୈଠକ

ଫୁଲବାଣୀ -୧୧/୦୯ ରବିବାର ଫୁଲବାଣୀ ସ୍ଥିତ ଜିଲ୍ଲା ପ୍ରେସ କ୍ଲବଠାରେ ଜିଲାର ଏକ ଅଗ୍ରଣୀ କଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳା ସଙ୍ଗମର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ବରିଷ୍ଠ ସାମ୍ବାଦିକ ତଥା ବନାନୀ କଳା ସଙ୍ଗମର ସାଧାରଣ ସମ୍ପାଦକ ଡ଼ଃ. ଅରୂପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲାରେ କଳା ଓ ସଂସ୍କୃତି ର ପୁନରୁଦ୍ଧାର କରିବା ନିମନ୍ତେ ଉପସ୍ଥିତ ସଦସ୍ୟମାନେ ମତବ୍ୟକ୍ତ କରିଥିଲେ l ନାଟ୍ୟ କଳାର ପ୍ରଚାର ଓ ପ୍ରସାର କରି ଆସୁଥିବା ଏହି ୩୮ ବର୍ଷର ଅନୁଷ୍ଠାନ ପକ୍ଷରୁ ଅତିଶୀଘ୍ର ଏକ ସାମାଜିକ ନାଟକ ପରିବେଷଣ କରିବା ସହ ହାଇସ୍କୁଲସ୍ତରୀୟ ଏକ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଓ ସ୍ୱଳ୍ପ ମିଆଦୀ ନାଟ୍ୟ ତାଲିମ କାର୍ଯ୍ୟକ୍ରମ କରାଯିବା ଲାଗି ନିଷ୍ପତି ହୋଇଥିଲା l ଅତିଶୀଘ୍ର ବୈଠକ ଡକାଯାଇ ଏ ସମ୍ପର୍କରେ ନିଷ୍ପତି ନିଆଯିବ l ନୂତନ କଳାକାର ଓ ବିଭିନ୍ନ କଳା ସଂସ୍କୃତି ପ୍ରତିଭା ସମ୍ପନ ଯୁବକ ଯୁବତୀମାନକୁ ଏହି ମଞ୍ଚରେ ସାମିଲ କରାଯାଇ ଆଗାମୀ ଦିନରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ତ୍ୱରାନ୍ୱିତ କରାଯିବା ପାଇଁ ଆଜିର ଜରୁରୀ ବୈଠକରେ ନିଷ୍ପତି ନିଆଯାଇଥିଲା l ଏହି ବୈଠକରେ ବରିଷ୍ଠ ସାମ୍ବାଦିକ ନାରାୟଣ ସାହୁ, ସୁନୀଲ ପଟନାୟକ, ରୋଟାରୀଆନ ପ୍ରସନ୍ନ କୁମାର ପଣ୍ଡା, ଶିବ ନାୟକ, ପ୍ରଶାନ୍ତ ଜେନା, ରମେଶ ପ୍ରଧାନ, ଅଚ୍ୟୁତାନନ୍ଦ ସେଠି, ଜିଲ୍ଲା ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷ ଅଶୋକ ବେହେରା, ଆଦିତ୍ୟ କୁମାର ତ୍ରିପାଠୀ, ଲଳିତ ମଲିକ, ତ୍ରୀନାଥମାଝିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ l

Leave A Reply

Your email address will not be published.