ବରଗଡ଼ ଜିଲ୍ଲା ପାଇକମାଳରେ ବଡ଼ ଧରଣର ନୂଆଁଖାଇ ଭେଟଘାଟ, ହଜାର ହଜାର ମହିଳା ଓ କଲାକାରଙ୍କ ଯୋଗଦାନ

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମିଶନ ଶକ୍ତିକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ପାଇକମାଳ ଓ ଝାରବନ୍ଧ ଅଞ୍ଚଳର ସ୍ବୟଂ ସହାୟକ ଗୋଷ୍ଠୀ ମହାସଂଘର ମହିଳା ମାନେ ନୂଆଁଖାଇ ଭେଟଘାଟ ମାଧ୍ୟମରେ ମହିଳାଙ୍କ ଏକତା ଓ ସଚେତନତାର ବାର୍ତ୍ତା ବାଣ୍ଟିଛନ୍ତି । ବରଗଡ଼ ଜିଲ୍ଲା ପାଇକମାଳ ବରମୁଣ୍ଡାଠାରେ ମହିଳା ମହାସଂଘ ଓ କଲାକାର ମହାସଂଘର ମିଳିତ ଉଦ୍ୟମରେ ନୂଆଁଖାଇ ଭେଟଘାଟ ଆୟୋଜନ କରିଛନ୍ତି। ପାଇକମାଳ ବ୍ଲକର ହଜାର ହଜାର ମହିଳା ଏହି ନୂଆଁଖାଇ ଭେଟଘାଟରେ ଏକତ୍ରିତ ହୋଇ ବଡ଼ ଧରଣର ନୂଆଁଖାଇ ଉତ୍ସବ ପାଳନ କରି ଏକତ୍ରିତ ହେବାସହ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସୁନ୍ଦର ବାର୍ତ୍ତା ବାଣ୍ଟିଛନ୍ତି । ଏହି କାର୍ଯ୍ୟକ୍ରମରେ ନୂଆପଡ଼ା ଡେପୁଟି କଲେକ୍ଟର ତଥା ପଦ୍ମପୁର ଅଞ୍ଚଳର ବିଶିଷ୍ଟ ସମାଜସେବୀ ମହେନ୍ଦ୍ର ବଢେଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମହିଳା ସ୍ବୟଂ ସହାୟକ ମହାସଂଘର ଉପସ୍ଥିତି ମହିଳା ମାନଙ୍କୁ ନିଜେ ନିଜେ ସ୍ବାବଲମ୍ବୀ ହେବାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି ମାଧ୍ୟମରେ ସମଗ୍ର ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଯୋଗାଇ ଦେଉଥିବା ସୁବିଧା ସୁଯୋଗ ଗୁଡିକର ଲାଭ ନେଇ ନିଜ ନିଜ ପରିବାରର ଦାୟିତ୍ଵ ନିଜ ହାତରେ ରଖି ଚାଲିବାକୁ ପରାମର୍ଶ ଦେବା ସହ ଯେ କୌଣସି ସମୟରେ ମୋର ସାହାଯ୍ୟ ବା ବ୍ୟକ୍ତିଗତ ସାହାଯ୍ୟ ଦରକାର ମୁଁ ଆପଣଙ୍କ ସହ ରହିଛି ବୋଲି କହିବା ସହ ଶିକ୍ଷା ଓ ସ୍ବାସ୍ଥ୍ୟସେବା ପାଇଁ ଯଦି ମୋର ଆବଶ୍ୟକତା ପଡ଼େ ମୁଁ ଆପଣଙ୍କ ପାଇଁ ରହିଛି ଏଣୁ ମହିଳା, କଳାକାର କୈାଣସି ଚିନ୍ତା ନ କରି ଆଗକୁ ବଢିବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବଢେଇ ସରପଞ୍ଚ ମାନଙ୍କୁ ସମ୍ବର୍ଧନା ଦେଇଥିଲେ । ସେହିପରି ଝାରବନ୍ଧ ବ୍ଲକ ଅଞ୍ଚଳରେ ମଧ୍ୟ ମହିଳା ସ୍ବୟଂ ସହାୟକ ମହାସଂଘ ପକ୍ଷରୁ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.