ଚିତ୍ରକୋଣ୍ଡାରେ ଅହିଂସା ରଥକୁ ଜିଲ୍ଲା ତଥା ବ୍ଲକ ପ୍ରଶାସନ ଦ୍ଵାରା ସ୍ବାଗତଂ ଓ ସମ୍ବର୍ଦ୍ଧନା

ଚିତ୍ରକୋଣ୍ଡା:-୧୧/୦୯/୨୨-ଦିନେ ଅହିଂସା ନୀତିକୁ ଆପେ ନେଇ ଜାତିର ପିତା ମହାତ୍ମାଗାନ୍ଧୀ ଆହ୍ୱାନ କ୍ରମେ ହଜାର ହଜାର ଭାରତୀୟ ଇଂରେଜମାନଙ୍କ ବିରୁଦ୍ଧରେ ଲଢେଇ କରି ଭାରତ ବର୍ଷକୁ ଇଂରଜେମାନଙ୍କ କବଳରୁ ମୁକ୍ତ କରି ଭାରତକୁ ସ୍ୱାଧୀନତା ଦେଇଥିଲେ l ଏହି ଅହିଂସା ମନ୍ତ୍ରକୁ ସାରା ଭାରତ ବର୍ଷ ଆପଣେଇ ନେଇଥିଲା ଆଜି ରାଜ୍ୟ ସରକାର ସାରା ଓଡ଼ିଶାର କୋଣ ଅନୁକୋଣରେ ଅହିଂସା ନୀତିର ମନ୍ତ୍ରକୁ ପହଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି l ଆଜି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଠାରେ ଅହିଂସା ରଥକୁ ବନ୍ଦାପନା କରି ସ୍ବାଗତଂ ଓ ସମ୍ବର୍ଦ୍ଧନା କରାଯାଇଛି l ଲଘୁଚାପ ଜନିତ ଲଗାଣ ବର୍ଷାରେ ମଧ୍ୟ ଚିତ୍ରକୋଣ୍ଡା ବ୍ଲକ ପ୍ରଶାସନ ତରଫରୁ ଅତିରିକ୍ତ ବିଡ଼ିଓ ସୂର୍ଯ୍ୟ ନାରାୟଣ ବେହେରା, ଜିପିଓ ହେମନ୍ତ କୁମାର ଭୂୟାଁ, ଏପିଓ ଉଛବ ଗିରି, ସିପି ସୁଧାମୟ ମଣ୍ଡଳ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ତ୍ରିପାଠୀ ଉପସ୍ଥିତ ଥିଲେ l

Leave A Reply

Your email address will not be published.