କନ୍ଧମାଳରେ ପୁଣି ଚାରି କରୋନା ପଜିଟିଭ ଚିହ୍ନଟ

ଫୁଲବାଣୀ-୧୨/୦୯ ରବିବାର କନ୍ଧମାଳ ଜିଲ୍ଲାରେ ପୁଣି ଚାରି ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ପ୍ରଶାସନର କଟକଣା ନଥିବାରୂ ମାସ୍କ ପିନ୍ଧିବା, ସାମାଜିକ ଦୂରତା କଥା ସମସ୍ତେ ଭୁଲିଗଲେଣି l କେହି ବି କୋରାନା କଟକଣା ମାନୁନାହାନ୍ତି l କାଁ ଭାଁ କିଏ କେମିତି ମାସ୍କ ପିନ୍ଧୁଥିବା ଦେଖାଯାଉଛି l ଫଳରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି l ଏବେ ପାର୍ବଣ ଋତୁ l ପୁଣି ଲଗାଣ ବର୍ଷା ଲାଗି ରହିଛି l ଏଣୁ ଆଗକୁ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଵା ଆଶଙ୍କା ରହିଛି l ଏଣୁ ପ୍ରଶାସନ ସଜାଗ ହୋଇ ଗ୍ରାମ ରୂ ସହର ଯାଏ କୋରାନା ସଚେତନତା ସୃଷ୍ଟି କରିବାକୁ ଦାବି ହେଉଛି l ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ କରୋନା ସଂକ୍ରମଣ ପ୍ରତି ସତର୍କ ଦୃଷ୍ଟି ରଖିବା ଜରୁରୀ l

Leave A Reply

Your email address will not be published.