ବିଜୁ ଜନତା ଦଳ ତରଫରୁ ଗଣେଶ ପୂଜା କମିଟିକୁ ଆର୍ଥିକ ସହଯୋଗ

ଫୁଲବାଣୀ -୧୨\୦୯ କନ୍ଧମାଳ ଜିଲ୍ଲା ତୂମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବେନାରବାହଲ ଗଣେଶ ପୂଜା କମିଟିକୁ ଆର୍ଥିକ ସହଯୋଗ କଲେ ବ୍ଲକ ସଭପତି ପ୍ରମୋଦ କୁମାର ସାହୁ । ହିନ୍ଦୁ ମାନଙ୍କ ଆରାଧ୍ୟ ଦେବତା ଗଣେଶଙ୍କର ପୂଜା ଚଳିତ ବର୍ଷ ବେନାରବାହଲ କମିଟି ତରଫରୁ ବେଶ ଯାକ ଯକମରେ ପାଳନ ହୋଇଛି । ଏହି ଅବସରରେ ଗଣେଶ ପୂଜା କମିଟି ତୂମୁଡିବନ୍ଧ ବିଜୁ ଜନତା ଦଳ ସଭାପତି ତଥା ସାଂସଦ ପ୍ରତିନିଧି ପ୍ରମୋଦ କୁମାର ସାହୁଙ୍କୁ ଆର୍ଥିକ ସହାୟତା ପାଇଁ ଅନୁରୋଧ କରିଥିଲେ । ଏଥି ନିମନ୍ତେ ଶ୍ରୀ ସାହୁ ତୁରନ୍ତ ତୂମୁଡିବନ୍ଧ ପଞ୍ଚାୟତ ସଭାପତି ଜିସାୟ ମଣ୍ଡଳଙ୍କ ନିର୍ଦେଶ ଦେଇଥିଲେ ପୂଜା କମିଟିକୁ ସହଯୋଗ କରିବା ନିମନ୍ତେ । ତେବେ ଆଜି ତୂମୁଡିବନ୍ଧ ବିଜୁ ଜନତା ଦଳ ତରଫରୁ ସନ୍ତୋଷ ସାହୁ, ବେଳାରସନ ପରାସେଥ , ଆଶିଷ ବଡ଼ସେଥ , ରଞ୍ଜନ ପରାସେଥ, ଗନେଶ ବେହେର ଦଲାଇ , ଫିଲୁ ସାହୁ, ବରିଷ୍ଠ ନେତା ବଙ୍ଗାଳି ବଡ଼ସେଥ ବେନାରବାହଲ ଯାଇ କାଲି ମନ୍ଦିର ପ୍ରାଙ୍ଗଣରେ ପୂଜା କମିଟି ସହ ଆଲୋଚନା କରିଥିଲେ । ପୂଜା କମିଟି ସଭାପତି, ସମ୍ପାଦକଙ୍କ ଆଲୋଚନା ପ୍ରକାରେ ଆଗାମୀ ଦିନରେ ଏକ ସଭାଗୃହ ଯୋଗାଇଦେବା ପାଇଁ ଅନୁରୋଧ କରିଥିଲେ । ତେବେ ବିଜୁ ଜନତା ଦଳ ପଞ୍ଚାୟତ ସଭାପତି ଜିସାୟ ମଣ୍ଡଲ ବ୍ଲକ ସଭାପତି ଶ୍ରୀ ସାହୁଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ଏକ ସଭାଗୃହ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ସଭା ଶେଷରେ ଗଣେଶ ପୂଜା କମିଟି ତରଫରୁ ବିଜୁ ଜନତା ଦଳ ବ୍ଲକ ସଭାପତି ପ୍ରମୋଦ କୁମାର ସାହୁଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା l

Leave A Reply

Your email address will not be published.